ଜନଗହଳିପୂର୍ଣ୍ଣ ଛକଠାରେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ ଝାମ୍ପିନେଲେ ଦୁଇ ଲୁଟେରା

ଆନନ୍ଦପୁର : ଥମୁନି ଲୁଟେରାଙ୍କ ଉତ୍‌ପାତ୍‌ । ଅଜି ଦିନବେଳା ଆନନ୍ଦପୁର ଜନଗହଳିପୂର୍ଣ୍ଣ ବ୍ରିଜ୍‌ ଛକଠାରେ ଏକ ପଲସର ବାଇକରେ ଆସି ଜଣେ ମହିଲାଙ୍କ ଠାରୁ ଟଙ୍କାବ୍ୟାଗ୍‌ ଲୁଟିନେଇ ଫେରାର୍‌ ମାରିଛନ୍ତି ଲୁଟେରା । ତେବେ ମହିଲା ଜଣକ ଆନ୍ଦପୁର ପଇତାପାଣି ଗାଁର ମମତା ଓଡାନ୍‌ ହୋଇଥିବା ବେଳେ ସେ ନିଜ ଦିଅରଙ୍କସହ ଷ୍ଟେଟ୍‌ବ୍ୟାଙ୍କ ଆନନ୍ଦପୁର ଶାଖାରୁ ୩୮ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ । ବ୍ରିଜ୍‌ ଛକଠାରେ ରାସ୍ତାପାରି ହେଉଥିବା ସମୟରେ ହଠାତ୍‌ ବାଇକ୍‌ରେ ଆସି ତାଙ୍କ ହାତରୁ ଟଙ୍କାବ୍ୟାଗ ଝାମ୍ପିନେଇ ଫେରାର୍‌ ହୋଇଯାଇଛନ୍ତି ଦୁଇ ଲୁଟେରା । ଶାଳପଡା ପଟେ ଦ୍ରୁତଗତିରେ ପଳାଇଥିଲେ ଦୁଇ ଲୁଟେରା । ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ କରିବାପରେ ଘଟଣାର ଛାନ୍‌ଭିନ୍‌ ଅରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.