ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ମୁଖ୍ୟ ଡାକଘର ଉପରେ ବହୁତ ଲୋକ ନିର୍ଭର କରିଥାନ୍ତି । ଟଙ୍କା ଜମା, ଉଠାଣ, ପିଏଲ୍ଆଇ ଟଙ୍କା, ଆର୍ଡି ଭଳି ବିଭିନ୍ନ ସୁବିଧା ପାଇଁ ଗ୍ରାହକ ମୁଖ୍ୟ ଡାକଘରକୁ ଆସୁଥିବା ବେଳେ ଲିଙ୍କ ନ ଥିବା ଯୋଗୁଁ ସେବା ଦେବାରେ ବ୍ୟାଘାତ ସୃଷ୍ଟି ହେଉଛି । ଯଦ୍ୱାରା ବହୁତ ଲୋକ ଦୂର ଦୁରାନ୍ତରୁ ଆସି ଫେରି ଯାଉଥିବା ଦେଖିବାକୁ ମିଳୁଛି । ଆଜିର ଯୁଗରେ ସବୁ କାର୍ଯ୍ୟ ଅନଲାଇନ୍ରେ ହେଉଥିବା ବେଳେ ଏଭଳି ଅସୁବିଧା ପାଇଁ ଲୋକେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଏ ଦିଗରେ ବିଭାଗୀୟ ଅଧିକାରୀ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।