ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ରାମକୃଷ୍ଣ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଧ୍ୟାତ୍ମିକ କକ୍ଷରେ ଉପାନ୍ତ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା ଚକ୍ର ସହ ଦେଶାତ୍ମବୋଧକ ଏବଂ ଆଧ୍ୟାତ୍ମିକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ କବିରାଜ ମହାରଣା, ଡଃ. ରତିରଂଜନ ଦାଶ, ଲଳିତ ମୋହନ ଜେନା, ପ୍ରମୋଦ କୁମାର ମହାନ୍ତି ଓ ଆନନ୍ଦ ଚନ୍ଦ୍ର ପଣ୍ଡା ମଞ୍ଚାସିନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନଙ୍କୁ ମାନପତ୍ର ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା । କାର୍ଯ୍ୟକ୍ରମର ମଞ୍ଚକୁ ସସ୍ମିତା ମିଶ୍ର ଓ ପ୍ରଦୀପ ନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସଦାଶିବ ରାଜଗୁରୁ କବିତା ପାଠର ଅତିଥି ଥିଲେ ଓ ଏହି କାର୍ଯ୍ୟକ୍ରମକୁ ପଦ୍ମିନୀ ମିଶ୍ର ଓ ମହେଶ୍ୱେତା ପାଣିଗ୍ରାହୀ, ଜୟଦେବ ସିଠ ସଞ୍ଚାଳନ କରୁଥିଲେ । ଜୟଦେବ ସିଠ ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମର ନକ୍ସା ଅଙ୍କନ କରିବା ସହ ଧନ୍ୟବାଦ ଦେଇଥିଲେ ।