jayashree

୧୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ଜଣେ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରିବାକୁ ଅଭିନବ ଉପାୟ ଖୋଜିଛନ୍ତି ଗଂଜେଇ ମାଫିଆ । ସିଧାସଳଖ ଗଂଜେଇ ନେବାବେଳେ ପୁଲିସ ଧରୁଥିବାରୁ ଗାଡିରେ ସିକ୍ରେଟ୍‌ ଚ୍ୟାମ୍ପର କରୁଛନ୍ତି ମାଫିଆ । ଆଉ ଏପରି ଏକ ଗଂଜେଇ ଚାଲାଣକୁ ପଣ୍ଡ କରିଛି କୋରାପୁଟ ଜିଲ୍ଲା ସେମିଳିଗୁଡା ପୁଲିସ । ପୁଲିସ ୧୪/୨୧ରେ ଏକ ମାମଲା ରୁଜୁ କରିଥିବାବେଳେ ଜିଲ୍ଲାର ପଟ୍ଟାଙ୍ଗୀ ସମ୍ବାଇ ପଞ୍ଚାୟତ ଅନ୍ତର୍ଗତ କୁସୁମା ଗାଁର ପାଡୁ ପାତ୍ର (୩୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲାର ସେମିଳିଗୁଡା ପୁଲିସ ଜାତୀୟ ରାଜପଥ-୨୬ରେ ଥିବା ଚିରାଗ ଢାବା ନିକଟସ୍ଥ ମିଲ୍‌ ଛକରେ ପାଟ୍ରୋଲିଂ କରୁଥିଲା । ଆଇଆଇସି ଧୀରେନ ବେହେରା ଓ ଏସଆଇ ପ୍ରଭାତ ଗେଡ, ଏସଏସଆଇ ଶରତ ଚନ୍ଦ୍ର ବିଷୋୟୀ, ହାବିଲଦାର ମନ୍ଥନ କୁମାର ବାଗ ଓ କନେଷ୍ଟଳବଳ ଅରୁଣ ବେହେରା ରହିଥିଲାବେଳେ ପଟାଙ୍ଗୀପଟୁ ଏକ ବୋଲେରୋ (ଓଡି-୧୦-ଏଚ-୧୬୧୬)କୁ ଯାଉଥିଲାବେଳେ ସନ୍ଦେହ ହେବାରୁ ଅଟକାଯାଇଥିଲା । ସେଥିରେ ଗଞ୍ଜେଇ ରହିଥିବା ସନ୍ଦେହ ହେବା ପରେ ମାଜିଷ୍‌ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଥିଲା । ବୋଲେରୋ ଗାଡିରେ ସିକ୍‌ରେଟ୍‌ ଚାମ୍ବରରେ ଯାଂଚ ବେଳେ ବୋଲେରୋ ଗାଡିର ଏକାଧିକ ଗୁପ୍ତ ଚାମ୍ବରରୁ ୮୭ଟି ବ୍ୟାଗ ଗଂଜେଇ ମିଳିଛି । ଅତି ଚତୁରତାର ସହ ଗଞ୍ଜେଇ ଗୁଡିକୁ ସଜା ହୋଇ ରଖାଯାଇଥିଲା । ୨୨୯ଟି ଗଞ୍ଜେଇ ବ୍ୟାଗ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୁଲିସ୍‌ ।

Leave A Reply

Your email address will not be published.