csstore

ପୁଇଁନ୍ତଲା ବ୍ଲକ କ୍ରୀଡା ଶିକ୍ଷକମାନଙ୍କ ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୟୁଜିଏଚ୍‌ଏସ୍‌ ଗଇଁନ୍ତଲା ଠାରେ ପୁଇଁନ୍ତଲା ବ୍ଲକର କ୍ରୀଡା ଶିକ୍ଷକମାନଙ୍କର ଏକ ସାଧାରଣ ବୈଠକ ବିଇଓ ନେପାଳ ଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବ୍ଲକ ଲେଭେଲ ସ୍କୁଲ କ୍ରୀଡା ଏସୋସିଏସନ ସଭାପତି ନେପାଲ ଚନ୍ଦ୍ର ବାଗ ବିଇଓ ପୁଇଁନ୍ତଲା ବ୍ଲକ, ଉପ-ସଭାପତି ଶ୍ରୀଧର ଦାଶ ଏବିଇଓ ପୁଇଁନ୍ତଲା ବ୍ଲକ, ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ରାମଜୀ ହାଇସ୍କୁଲ, କୁରୁଲ, ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପାଣିଗ୍ରାହୀ ରାକ୍ସିମୁଣ୍ଡା ହାଇସ୍କୁଲ, ପ୍ରଧାନ ଶିକ୍ଷୟତ୍ରୀ ବିଜୟିନୀ ସାହୁ ଗଇଁନ୍ତଲା ହାଇସ୍କୁଲ, ପ୍ରଧାନ ଶିକ୍ଷୟିତ୍ରୀ ତପସ୍ମିନୀ ଦାଶ ଅଙ୍କରିଆପଦର ହାଇସ୍କୁଲ, ସଂପାଦକ ଅନ୍ତର୍ଯ୍ୟାମୀ ବିଶ୍ୱାଲ କ୍ରୀଡା ଶିକ୍ଷକ ଆଠଗାଁ ହାଇସ୍କୁଲ, ପାଞ୍ଚ ଜଣ କ୍ରୀଡା ଶିକ୍ଷକ ସଭ୍ୟବୃନ୍ଦ ଭାବରେ ଦେବୀ ପ୍ରସାଦ ରାଉତ, ପ୍ରବୀଣ ନାରାୟଣ ପଣ୍ଡା, ବୁଦ୍ଧିରାଜ ବିଶ୍ୱାଲ, ସ୍ୱାଗତିକା ବଗର୍ତ୍ତି, ସସ୍ମିତା ଗଡତିଆ । ଶେଷରେ ଗଇଁନ୍ତଲା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବିଜୟନୀ ସାହୁ ଏବଂ ତାଙ୍କ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ସସ୍ମିତା ଗଡତିଆଙ୍କୁ ରାଜ୍ୟସ୍ତରୀୟ କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବାରୁ ତାଙ୍କୁ ସମ୍ମାନିତ କରାଗଲା । ପରିଶେଷରେ ବାସୁଦେବ ଦାଶ ଧନ୍ୟବାଦ ଅର୍ପଣ ଓ ଦେବୀ ପ୍ରସାଦ ରାଉତ ସଭାସାଙ୍ଗ ଘୋଷଣା କରିଥିଲେ ।

jayashree
Leave A Reply

Your email address will not be published.