ଗୁରୁ ନାନକ ଜୟନ୍ତୀ, ବିର୍ସାମୁଣ୍ଡା ଜୟନ୍ତୀ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହାପି ମୁହୂର୍ତ୍ତ ଇଣ୍ଡିଆ ଦ୍ୱାରା ଆୟୋଜିତ ୧୨୪ତମ ସୁଖ ବାଣ୍ଟିବା ଦିବସ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟ ଇଣ୍ଡିଆ ନିଆରା ଢଙ୍ଗରେ ଜଗନ୍ନାଥ ମନ୍ଦିର ସେକ୍ଟର ୩ରେ ୧୨୪ତମ ସୁଖ ବାଣ୍ଟିବା ଦିବସ ଧୁମ୍ଧାମ୍ରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ତତ୍ୱାବଧାନରେ ହୋଇଥିଲା । ସର୍ବ ପ୍ରଥମେ ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ସ୍ୱାଗତ ଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ହାପି ମୋମେଣ୍ଟ ଇଣ୍ଡିଆର ପ୍ରତିନିଧୀଙ୍କ ଦ୍ୱାରା କୁଷ୍ଠରୋଗର କଲୋନୀରେ ଅଭାବୀ ବ୍ୟକ୍ତିଙ୍କ ମଧ୍ୟରେ ନୂତନ କମ୍ବଳ ବଣ୍ଟନ କରାଯାଇଥିଲା । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଭାବୀ ବ୍ୟକ୍ତିଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସଦସ୍ୟ ଦିବାକର ଦାସ, କଲ୍ୟାଣୀ ଦାସ, ସୁଶାନ୍ତ ନାୟକ, ସସ୍ମିତା ପ୍ରଧାନ, ରଜିନ୍ଦର ସିଂ, ରଶ୍ମିତା ପଣ୍ଡା, ମୋନାସି ଘୋଷ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସମସ୍ତେ ସହଯୋଗ କରିଥିଲେ । ସୁଧୀର ସୁନ୍ଦରରାୟ ଏବଂ ସୁନୀଲ କାୟଲ ପ୍ରମୁଖ ଉପସ୍ଥିତ ରହି ଆଶ୍ରିବଚନ ମାଧ୍ୟମରେ ଲୋକମାନଙ୍କର ଉନ୍ନତି କାମନା କରିଥିଲେ । ଏହି ପବିତ୍ର ଅବସରରେ ସୁଧୀର ସୁନ୍ଦରରାୟଙ୍କୁ ହାପି ମୋମେଣ୍ଟ ଇଣ୍ଡିଆ ଦ୍ୱାରା ଭାରତ ନିର୍ମଳ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା ।