csstore

ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସହଭାଗିତା ବୈଠକ ତଥା ଜନଜାତୀୟ ଗୌରବ ଦିବସ ପାଳନ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲ ସିଂ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଆଦିବାସୀ ସଂଘ ସଭାପତି ପ୍ରଶ୍ନ ମାଝୀ ବିଶିଷ୍ଟ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ଶ୍ୟାମଲାଲ ପଣ୍ତା, ସମ୍ମାନିତ ଅତିଥି ତରୁଣୀ ମାଝୀ ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ସମ୍ମାନିତ ଅତିଥି ବିରଞ୍ଚି ସା ଶିକ୍ଷକ ମହୁଲପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ମୁଖ୍ୟ ବକ୍ତା ଭାବରେ ମହୁଲପଡା ହାଇସ୍କୁଲର ଗଣିତ ଶିକ୍ଷକ ସୈମିତ କୁମାର ମଣ୍ତଲ ଯୋଗ ଦେଇଥିଲେ । ପ୍ରଥମେ ଦେବ ପୂଜନ ତଥା ସହିତ ବିର୍ସା ମୁଣ୍ଡାଙ୍କ ଫଟୋରେ ପୁପ୍ପ୍ୟମାଲ୍ୟ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଶିକ୍ଷାର୍ଥୀର ସର୍ବାଙ୍ଗିନ ବିକାଶ ପାଇଁ ଶିକ୍ଷକ ଓ ଅଭିଭାବକଙ୍କ ସଂପର୍କ କିଭଳି ରହିବା କଥା ସମସ୍ତ ଅତିଥି ଏବଂ ମୁଖ୍ୟବକ୍ତା ନିଜର ଅଭିଭାଷଣରେ ରଖିଥିଲେ । ବିଦ୍ୟାଳୟ ସୁବିଧା ଅସୁବିଧା ସଂପର୍କରେ ଅଭିଭାବକ ନିଜର ମନ୍ତବ୍ୟ ଦେବା ସହ ବିଭିନ୍ନ ବିଭାଗରୁ ଆସିଥିବା କର୍ମଚାରୀମାନେ ନିଜ ବିଭାଗର ଉପଲବ୍ଧ ସୁବିଧାସୁଯୋଗ କଥା ଜନସାଧାରଣଙ୍କୁ ଜଣାଇଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂଗୀତ, ନୃତ୍ୟ, ଯୁଦ୍ଧ ନାଟକ ଦାଦନ  ଆଦି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ସେବକ ଡ଼ିସେମ୍ବର ମେହେର ପରିଚାଳନା କରୁଥିବା ବେଳେ ସେବିକା ମୋନାଲିସା ପତି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.