csstore

ତାଲୁକ ସହାୟତା ଓ ପରାମର୍ଶ କମିଟି ତରଫରୁ ଶିଶୁ ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସାରା ଭାରତ ବର୍ଷରେ ଶିଶୁ ଦିବସ ପାଳନ ଅବସରରେ ତାଲୁକ ସ୍ତରୀୟ ସହାୟତା ଓ ପରାମର୍ଶ କମିଟି କଣ୍ଟାବାଞ୍ଜି ତରଫରୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହିଆଲ ଠାରେ ଶିଶୁ ଦିବସ ପାଳନ ଓ ସଚେତନତା ଶିବିର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତାଲୁକ କମିଟିର ଚେୟାର୍‌ମ୍ୟାନ୍‌ ରାଜେଶ କୁମାର ନାୟର, ସବ ଜଜ୍‌ ପାରିତୋଷ ସେଠୀ, ଜେଏମ୍‌ଏଫ୍‌ସି, ଜଜ୍‌ ରାହୁଲ କୁମାର ଜେନା ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଭରାସଗ୍ରିଆଙ୍କ ତତ୍ତ୍ୱାବଧାନରେ ଉପସ୍ଥିତ ଅତିଥି ବୃନ୍ଦ ପୋସକୋ ଏକ୍ଟ,ଦାଦନ ସମସ୍ୟା, ଏଫ୍‌ଆଇଆର୍‌,ସମାନତା ଅଧିକାର ଓ ଶିକ୍ଷା ଅଧିକାର ଉପରେ ଆଲୋଚନା କରିଥିଲେ । ତାପରେ କୁଇଜ୍‌ ଓ ରଚନା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ରାଜେନ୍ଦ୍ର ଦୋରା ସ୍ୱ।ଗତ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଶାନ୍ତ ବିଶ୍ୱାଳ ସଭା ପରିଚାଳନା କରିଥିଲେ । ଏହି ଶିବିରକୁ ସଫଳ କରିବାରେ ବିଦ୍ୟାଳୟର ଜଗନ୍ନାଥ ପ୍ରଧାନ, ରିନି ସାହୁ, ଶମ୍ଭୁ ପ୍ରସାଦ ବିଶି, ଲତାମଣି ସ୍ୱାଇଁ, ଗୀତାଞ୍ଜଳି ଛୁରା, ମମିତା ସାହୁ, ସନ୍ତୋଷ କୁମାର ସୁନା, ଖୀରୋଜ ମାଝୀ, ମମତା ପଣ୍ଡା, ଯଶୋବନ୍ତି ମାଝୀ, ସୁଜାତା ସେଠୀ, ମଧୁମତି ଦୀପ, ଜ୍ୟୋତ୍ସ୍ନା ବରିହା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.