csstore

ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମାସିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନ ୫ଟାରେ ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ବଲାଙ୍ଗିର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ମାସିକ ବୈଠକ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ଆଦେଶ କ୍ରମେ ଗତ ବୈଠକର ବିବରଣୀ ଯୁଗ୍ମ ସମ୍ପାଦକ ପୁରୁଷୋତ୍ତମ ପଣ୍ଡା ପଠନ କରିଥିଲେ । ଅବସର ପ୍ରାପ୍ତ କର୍ମଚାରୀଙ୍କ କମ୍ୟୁଟେଡ୍‌ ପେନ୍‌ସନ୍‌ ଉପରେ ସରକାରଙ୍କ ନୀତି ଓ ଏହା ଉପରେ ନ୍ୟାୟାଳୟ ଆଦେଶ ସଂପର୍କରେ ଆଲୋଚନା ହୋଇଥିଲ । ଏହି ସଭାରେ ପ୍ରସନ୍ନ ମିଶ୍ର, ପର୍ଶୁରାମ ନାୟକ, ରାଧାକାନ୍ତ ସେଠ, ହରେକୃଷ୍ଣ ପଟେଲ, ପୂର୍ଣ୍ଣ ଚନ୍ଦ୍ର ଦାସ, କୃଷ୍ଣ ଚନ୍ଦ୍ର ମହାକୁର, ବିରଞ୍ଚି ବହିଦାର, ବିଜୟ କୁମାର ବାଘ, ପ୍ରାଣ ବଲ୍ଲଭ ତ୍ରୀପାଠୀ, ଗୋପବନ୍ଧୁ ପୁରୋହିତ, ମହାଦେବ ତୁମନିଆଁ, ବଟ ଧରୁଆ, ଭକ୍ତବନ୍ଧୁ ନାଏକ, ଡ. ଉମାକାନ୍ତ ପାତ୍ର, ଦଶରଥ ବାଘ, ତୀର୍ଥବାସୀ ଡାଙ୍ଗ, କୃଷ୍ଣଚନ୍ଦ୍ର ନାଥ ପ୍ରମୁଖ ସଭ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ପ୍ରଦୀପ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.