oom

ମୋ ସେବାକେନ୍ଦ୍ର ମାଧ୍ୟମରେ ଲାଇଫ ସାର୍ଟିଫିକେଟ୍‌ ପାଇଲେ ପେନ୍‌ସନ୍‌ଧାରୀ

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନ୍‌ସନ୍‌ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରର ସହାୟତାରେ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ଉପ କୋଷାଗାର ଅଧିକାରୀ ସୁଧାକର କହଁର, ମିନତି କୁମାରୀ ମିଶ୍ର, ତପନ କୁମାର ଦିଗାଳ, ପ୍ରଦୀପ କୁମାର ବେହେରା, ଶରତ କୁମାର ପୂଜାରୀ, ମୋ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ରାଜେଶ ପାଣିଗ୍ରାହୀଙ୍କ ସମେତ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ବାଲିଗୁଡା ଅଞ୍ଚଳର ବହୁ ପେନ୍‌ସନ୍‌ ଉପଭୋକ୍ତା ନିଜର ଆଧାର କାର୍ଡ, ପେନ୍‌ସନ୍‌ ବହି, ବ୍ୟାଙ୍କ ପାସ୍‌ବୁକ୍‌ ଏବଂ ମୋବଇଲ ନମ୍ବର ସଂଯୋଗ କରି ବିନା ଶୁଳ୍କରେ ସେମାନଙ୍କ ଜୀବନ ପ୍ରମାଣ ପତ୍ର ହାତ ପାଆନ୍ତାରେ ପାଇପାରିବେ । ମୋ ସେବା କେନ୍ଦ୍ର ମାଧ୍ୟମରେ ପେନ୍‌ସନ୍‌ ଉପଭୋକ୍ତାଙ୍କ ଘରକୁ ଯାଇ ସେବା ଦେବାର ବ୍ୟବସ୍ଥା ମଧ୍ୟ ରହିଛି । ଏହି ସେବା ପାଇ ନିଜେ ଖୁସିଥିବା କହିଛନ୍ତି ପେନ୍‌ସନ୍‌ଧାରୀ ମାନେ । ଏହି ସେବା ପାଇବାଦ୍ଵାରା ନିଜର ସମୟ ବଞ୍ଚିବା ସହିତ ସହଜରେ ବୃଦ୍ଧ, ବୃଦ୍ଧା ମାନେ ଘରେବସି ଏହି ସେବା ପାଇପାରିବେ ବୋଲି ସମ୍ପକୀୟ ମାନେ କହିଛନ୍ତି ।

jittmm
Leave A Reply

Your email address will not be published.