ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ବାଣ ଫୁଟି ଦୋକାନରେ ଅଗ୍ନିକାଣ୍ଡ । ରାୟଗଡ ସହର ମହକୁମା ଜଗନ୍ନାଥ ମନ୍ଦିର ନିକଟସ୍ଥ ସାଇକୃପା ପେଟ୍ରୋଲ ପମ୍ପ ନିକଟରେ ରହିଥିବା ସନ୍ତୋଷ ପାନ ଦୋକାନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ ନିକଟରେ ଥିବା ପେଟ୍ରୋଲ ପମ୍ପରୁ ଖୁଚୁରା ଭାବେ ପେଟ୍ରୋଲ ଆଣି ବିକ୍ରି କରିବା ପାଇଁ ସ୍ଥାନୀୟ ଦେକାନୀ ମାନେ ବୋତଲ ବାହାରେ ରଖନ୍ତି । ବାଣ ଫୁଟିବା ଯୋଗୁଁ ପେଟ୍ରୋଲରେ ନିଆଁହୁଳା ପଡିଯିବାରୁ ସେଠାରେ ହୁତୁହୁତୁ ହୋଇ ନିଆଁ ବଢି ଯାଇଥିଲା । ସ୍ଥାନୀୟ ଲୋକେ ବହୁ ଚେଷ୍ଠା ପରେ ନିଆକୁ ଆୟତ୍ତ କରିଥିଲେ ମଧ୍ୟ ନିଆଁ ଦୋକାନ ଭିତରକୁ ମାଡିଯାଇଥିଲା । ଫଳରେ ଦୋକାନ ଭିତରେ ଥିବା ସାମଗ୍ରୀ ସବୁ ପୋଡି ଯାଇ ପାଉଁଶ ହୋଇଯାଇଛି । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିଲେ । କିଭଳି ପରିସ୍ଥିତିରେ ନିଆଁ ଲାଗିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।
Prev Post