ଆଇ ଲଭ୍‌ ଟିଟିଲାଗଡ଼ ପାର୍କରେ ଚାଲୁଥିବା ମରାମତି କାର୍ଯ୍ୟ ବୁଲି ଦେଖିଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ମୁଖ୍ୟ ଆକର୍ଷଣ ହେଉଛି ଆଇ ଲଭ୍‌ ଟିଟିଲାଗଡ଼ ପାର୍କ । ଏଠାକୁ ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ଛୋଟ ଛୋଟ ଛୁଆ, ମହିଳା ପୁରୁଷ ମାନେ ବୁଲିବାକୁ ଆସିଥାନ୍ତି । ନିର୍ମାଣର କିଛି ବର୍ଷ ଭିତରେ ଚଲା ବାଟ ପାଇଁ କରାଯାଇଥିବା ରାସ୍ତା ତଳକୁ ଦବି ଯିବା ଫଳରେ ଖାଲଢିପ ହୋଇପଡିଛି । ତେବେ ଟିଟିଲାଗଡ ପୌରପରିଷଦ ତରଫରୁ ମରାମତି କାର୍ଯ୍ୟ କରା ଯାଉଥିବା ବେଳେ ସେହି ରାସ୍ତା ଦେଇ ବିଧାୟକ ନବୀନ ଜୈନ ଯାଉଥିଲେ । ମରାମତି କାର୍ଯ୍ୟ କିପରି କରାଯାଉଛି ଦେଖିବା ସହ ଭୁଲ କାର୍ଯ୍ୟକୁ ପୁଣି ଆଉ ଥରେ ଠିକ୍‌ରେ କରିବାକୁ କହିଥିଲେ । ସେହି ସମୟରେ ପାର୍କ ଭିତରେ ହେଉଥିବା କିଛି ଅବ୍ୟବସ୍ଥା ବିଷୟରେ ଲୋକେ ଅଭିଯୋଗ କରିଥିଲେ । ସେନେଇ ତାହାର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ଏହିଭଳି କାର୍ଯ୍ୟ ତଦାରଖ କଲେ ଦୁର୍ନୀତିକୁ ନିଶ୍ଚୟ ରୋକା ଯାଇପାରିବ ।

Leave A Reply

Your email address will not be published.