ଆଦର୍ଶ ପାଠାଗାରର ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ସହ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵ ଓ ସମ୍ପାଦକ ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାକ୍ତନ ଇତିହାସ ବିଭାଗର ପ୍ରାଧ୍ୟାପକ ଡ. ପ୍ରଭାତ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନୀ, ସୃଷ୍ଟି ଓ ସେବା ସମ୍ପର୍କରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ପଣ୍ଡିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଗୋପବନ୍ଧୁ ଥିଲେ ସମର୍ପିତ ପ୍ରତିଷ୍ଠାତା । ଉତ୍କଳୀୟ ଭାବଧାରାର ବିକାଶ ସହ ମାନବିବାଦର ପ୍ରସାର ଥିଲା ତାଙ୍କ ଭାବାଦର୍ଶ । ସେ ଥିଲେ ଦୂରଦୃଷ୍ଟି ସମ୍ପନ୍ନ । ତାଙ୍କ ବିଚାରଧାରା ଥିଲା ଆଧୁନିକ ଭାବ ଭାବନାର ରୂପାନ୍ତର । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ । ପ୍ରତିଯୋଗିତା ଗୁଡ଼ିକରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଧରିତ୍ରୀ ପାଇକରାୟ, ଗିରିଶ ପରିଡ଼ା, ସିମ୍‌ରନ୍‌ ମହାପାତ୍ର, ଅରୁଣ କୁମାର ନାଏକ ଓ ସୁଶ୍ରିତା ମହାନ୍ତି ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ଦିନ ଏହି କାର୍ଯ୍ୟକ୍ରମ କରିବାକୁ ଥିବାବେଳେ ସେତେବେଳେ ଦୁର୍ଗାପୂଜା ପଡ଼ିଥିବାରୁ ଏହାକୁ ଆଜି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । ପ୍ରାରମ୍ଭରେ ସଭାପତି ଶ୍ରୀ ଶତପଥୀ ଅନୁଷ୍ଠାନ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଓ ସଂଯୋଜକ ଶ୍ରୀ ବଳ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଅନୁଷ୍ଠାନର ଉପଦେଷ୍ଟା ଇଂ ଅଭୟ କୁମାର ଦାସ, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ସମେତ ବାଉରୀବନ୍ଧୁ ସାହୁ, ବିଜୟ କୁମାର ପାତ୍ର, ଡା. ବସନ୍ତ କୁମାର ଦାସ, ଡ. ଜୟନ୍ତୀ କୁମାରୀ ପାଢ଼ୀ, ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଦୀପ ପଟ୍ଟନାୟକ, ପ୍ରଳୟ ଶତପଥୀ, ଟୁକୁଲା ପାଢ଼ୀ, ମନୋଜ କୁମାର ପଣ୍ଡା, ପଞ୍ଚାନନ ପାତ୍ର, ଅଟମ ରଥ, ମୁଖପାତ୍ର କୁଞ୍ଜବିହାରୀ ରାଉତ, ଜୟଶ୍ରୀ ଦାସ, ଡ. ସୁମନ ଦତ୍ତ, ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ତଥା ସହର ବାହାରୁ ବିଭିନ୍ନ ବିଦ୍ୟାଳୟର ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.