oom

ରାଉରକେଲା କଲେଜରେ ନୂତନ ଇ-ଲାଇବ୍ରେରୀ ଓ ପଠନ କକ୍ଷ ଉଦ୍‌ଘାଟିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ କରକମଳରେ ନୂତନ ଇ-ଲାଇବ୍ରେରୀ ଉଦ୍‌ଘାଟିତ ହୋଇଯାଇଛି । ଲାଇବ୍ରେରୀ ଅଧିକାରୀ ପ୍ରାଧ୍ୟାପିକା ତପସ୍ଵିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଲାଇବ୍ରେରିଆନ୍‌ ରାମଦାସ ଟୁଡୁଙ୍କ ସହଯୋଗରେ ବିଗତ ଦିନରେ ଲାଇବ୍ରେରୀକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ମୁକ୍ତ ପ୍ରବେଶର ସୁବିଧା ପ୍ରଦାନ କରାଯାଇଥିବା ବେଳେ ପୁଣି ଲାଇବ୍ରେରୀର ଉପର ମହଲାକୁ ଛାତ୍ରଛାତ୍ରୀମାନଙ୍କ ପଠନ ତୃଷ୍ଣାକୁ ପ୍ରସାରିତ କରିବା ଲକ୍ଷ୍ୟରେ ଅତ୍ୟାଧୁନିକ ଇ-ଲାଇବ୍ରେରୀ ଓ ପଠନ କକ୍ଷ ଭାବେ ଆଜି ଆନୁଷ୍ଠାନିକ ଉଦ୍‌ଘାଟନ କରାଯାଇଛି । ଏହି ଅବସରରେ ଲାଇବ୍ରେରୀର ସହଯୋଗୀ ଅଧିକାରୀ ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନ, ପ୍ରାଧ୍ୟାପକ ରଶ୍ମି ରଞ୍ଜନ ରାଉତ, ପ୍ରାଧ୍ୟାପକ ରଞ୍ଜିତ ପ୍ରଧାନ ଏବଂ ପଠନ କକ୍ଷର ଅଧିକାରୀ ପ୍ରାଧ୍ୟାପିକା ଭାରତୀ ବରୱା, ପ୍ରାଧ୍ୟାପକ ଅଜିତ ବେକ ଓ ବୈଜୟନ୍ତୀ ବାରିକ ଉପସ୍ଥିତ ରହି ସହଯୋଗ କରିଥିଲେ । ପୁସ୍ତକ ପ୍ରେମୀ ଛାତ୍ରଛାତ୍ରୀମାନେ ବହୁ ମାତ୍ରାରେ ଉପସ୍ଥିତ ରହି ଏକ ନୂତନ ଶୈକ୍ଷିକ ପରିବେଶ ପ୍ରସ୍ତୁତିରେ ଅନୁଷ୍ଠାନର ପ୍ରତିବଦ୍ଧତାକୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ରାଉତ ପରିଚାଳନା କରିଥିବାବେଳେ ପ୍ରଦୀପ ପ୍ରଜ୍ଜ୍ୱଳନ ବେଳେ ମନ୍ତ୍ରପାଠ କରିଥିଲେ ପ୍ରାଧ୍ୟାପିକା ମଥାନ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ପ୍ରାଧ୍ୟାପକ ପ୍ରଧାନ ।

jittmm
Leave A Reply

Your email address will not be published.