csstore

ଟିଟିଲାଗଡ଼ ସତ୍ୟନାରାୟଣ ମନ୍ଦିରରେ ପୂଜକ ବ୍ରହ୍ମ ସମାଜ ତରଫରୁ ଅନ୍ନପ୍ରସାଦ ବଣ୍ଟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସତ୍ୟନାରାୟଣ ମନ୍ଦିରରେ ବିଗତ ୩ ବର୍ଷ ଧରି ଗୁରୁବାରକୁ ଗୁରୁବାର ଦରିଦ୍ର ନାରାୟଣଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଏ । ଏହି ଗୁରୁବାର ଦିନ ଟିଟିଲାଗଡ଼ ପୂଜକ ବ୍ରହ୍ମ ସମାଜ ତରଫରୁ ସତ୍ୟନାରାୟଣ ମନ୍ଦିରରେ ନାରାୟଣ ସେବାପାଇଁ ମନ ବଳାଇ ପୂଜକ ସମାଜର ସଦସ୍ୟ ମାନଙ୍କ ସହଯୋଗରେ ଅନ୍ନଭୋଗ ନିଜେ ଗୁଜୁରାତି ସମାଜର ସଦସ୍ୟ ମାନଙ୍କ ସହଯୋଗରେ ବଣ୍ଟନ କରିଛନ୍ତି । ସେଥିପାଇଁ ଗୁଜୁରାତି ସମାଜର ସଭାପତି ଆଶ୍ୱିନ କୁମାର ଠକ୍କର ପୂଜକ ସମାଜର ସଦସ୍ୟ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ସେବା କାର୍ଯ୍ୟରେ ପୂଜକ ବ୍ରହ୍ମ ସମାଜର ସଭାପତି ଶଙ୍କର ଲାଲ ଶର୍ମା, ସମ୍ପାଦକ ମାନସ ପାଣି, ଉପଦେଷ୍ଟା ଦେବୀ ଶର୍ମା, ସଞ୍ଜୟ କୁମାର ନାୟକ, ବିନାୟକ ଷଡ଼ଙ୍ଗୀ, କିଶୋର ଦାଶ, କିଶନ ଶର୍ମା, ପବନ ଶର୍ମା, ନଳିନୀ ରଥ, ସମୀର ରଞ୍ଜନ ଆଚାର୍ଯ୍ୟଙ୍କ ସମେତ ଗୁଜୁରାତି ସମାଜର ହରିଶ ରାୟଥାଥା, ମୁକେଶ କୁମାର ଚାୱଡା, ଭରତ ଗାଲାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଜିତେନ୍ଦ୍ର ଦାସ ବିଶେଷ ସେବା ଯୋଗାଇ ଦେଇଥିଲେ ।

jayashree
Leave A Reply

Your email address will not be published.