csstore

ବିଜେପୁରରେ କନିଷ୍ଠ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

  • ଶିକ୍ଷକତାକୁ ବ୍ରତ କଲେ ସାମାଜିକ ପରିବର୍ତ୍ତନ ସୁନିଶ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସଭା କକ୍ଷରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଉଚ୍ଛ୍ୱସିତ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ମ୍ୟାନେଜର ଦେବାଶିଷ ବିର୍ତ୍ତୀଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ଭରତ ସ୍ୱାଇଁ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆର୍‌ସିସି ଦିବାକର ବରିହା, ପୂର୍ଣ୍ଣଚନ୍ଦ୍ର ପଧାନ, ସୁଶାନ୍ତ କୁମାର ପାଣ୍ଡେ, ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବାସୁଦେବ ପଧାନ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ବିଦ୍ୟାଳୟରେ ଯୋଗଦାନ କରିଥିବା ୨୫ ଜଣ ନବନିଯୁକ୍ତ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକତା ବୃତ୍ତି ନୁହେଁ, ବରଂ ଏହାକୁ ଜୀବନର ବ୍ରତ ଭାବେ ଆଦରି ନେଲେ ସାମାଜିକ ପରିବର୍ତ୍ତନ ସୁନିଶ୍ଚିତ ବୋଲି ଅତିଥିଗଣ ମତପୋଷଣ କରିଥିଲେ । ଯୋଗାଶିଷ ପଧାନ ଓ ପ୍ରୀତି ଗଡତିଆ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ବ୍ଲକର ଶୈକ୍ଷିକ ଉନ୍ନତିରେ ନିଶ୍ଚିତ ଭାବରେ ଗୁଣ୍ଡୁଚି ମୂଷା ପରି ଅବଦାନ ରହିବ ବୋଲି ମତପ୍ରକାଶ କରିଥିଲେ । ବିଜେପୁର ସିଆର୍‌ସିସି ସୁଧାଂଶୁ ଶେଖର ଜାଲ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଜାରିଂ ସିଆର୍‌ସିସି ରାଜେଶ୍ଵର ବେହେରା ସମାରୋହକୁ ସଂଯୋଜନା କରିଥିଲେ । ଶରତ ଚନ୍ଦ୍ର ପଧାନ, ହେମନ୍ତ କୁମାର ଆରୁକ, ପ୍ରକାଶ ମହାନନ୍ଦ, ନବୀନ କୁମାର ସାହୁ, ସୀତାରାମ ଦୀପ, ତ୍ରିନାଥ ସେଠ, ପ୍ରଭାତ ରଞ୍ଜନ ସାହୁ, ଡୋଳାମଣି କୁମ୍ଭାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବଡବାଉଁଶେନ ସିଆର୍‌ସିସି ଦୁର୍ବାଦଳ ବଡଗୋଛିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.