ଆଗଲପୁର ଥାନାରେ ଲିଖିତ ଅଭିଯୋଗ କଲେ ଏସ୍‌ଏଚ୍‌ଜି ମହିଳାମାନେ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବୁଦୁଲା ପଂଚାୟତରେ ମଦ ବିକ୍ରି ବନ୍ଦ, ମଦ ଓ କଫ ସିରଫ ଜବତ କରିଥିବା ଖବର ପ୍ରସାରଣ କରାଯାଇ ଥିଲା । ପୁଣି ସେହି ଏସ୍‌ଏଚ୍‌ଜି ମହିଳାମାନେ ଶହ ଶହ ସଂଖ୍ୟାରେ ଆଗଲପୁର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବୁଦୁଲା ପଂଚାୟତରେ ସମ୍ପୂର୍ଣ୍ଣ ରୂପେ ମଦ ବକ୍ରି ବନ୍ଦ କରିବା ସହ ଢାବା ଗୁଡିକୁ ବନ୍ଦ କରିବାପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଜବତ କରାଯାଇ ଥିବା ମଦ ଓ କଫ ସିରଫ ଢାବା ମାଲିକଙ୍କୁ ଗିରଫ କରି ତୁରନ୍ତ କୋର୍ଟ ଚାଲାଣ କରାଯାଉ । ଯଦି ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ବାଧ୍ୟ ହୋଇ ଏସ୍‌ପିଙ୍କ ଦ୍ୱାରସ୍ଥ ହେବୁ ବୋଲି ଲିଖିତ ଅଭିଯୋଗ କରିଛନ୍ତି । ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇ ଅଭିଯୋଗ ଗ୍ରହଣ କରି ୟା ଉପରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.