ବିଶ୍ୱ ସ୍ତନ କର୍କଟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ପ୍ରାୟ ୨୩ ଲକ୍ଷ ନୂତନ ଭାବେ ଆକ୍ରାନ୍ତ ସହିତ ସ୍ତନ କର୍କଟ ହେଉଛି ବିଶ୍ୱରେ ସବୁଠାରୁ ସାଧାରଣ କର୍କଟ ରୋଗ । ଏହା ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଦେଖାଯାଏ । ବିଭିନ୍ନ ପ୍ରକାରର କର୍କଟ ରୋଗ ମଧ୍ୟରେ ପ୍ରତି ଆଠ ଜଣଙ୍କ ଭିତରେ ସ୍ତନ କର୍କଟ ଗୋଟିଏ ଅଟେ । ମହିଳାମାନଙ୍କ କ୍ଷେତ୍ରରେ ଏକ ଚତୁର୍ଥାଂଶ କର୍କଟ ରୋଗର ଏହା ପ୍ରତିନିଧିତ୍ୱ କରେ । ସ୍ତନ କର୍କଟ ଏକ ଅପେକ୍ଷାକୃତ କମ୍ ଜନସଂଖ୍ୟାକୁ ପ୍ରଭାବିତ କରିଥାଏ ଯାହାକି ଅକାଳ ମୃତ୍ୟୁ ଏବଂ ମାତୃ ଅନାଥମାନଙ୍କ ପାଇଁ ଯଥେଷ୍ଟ ଦାୟୀ ରହେ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ୨୦୨୧ ମସିହାରେ ଗ୍ଲୋବାଲ୍ ବ୍ରେଷ୍ଟ କେନସର ଇନିସିଏଟିଉ ପ୍ରତିଷ୍ଠା କରି ୨୦୪୦ ସୁଦ୍ଧା ବାର୍ଷିକ ୨.୫ % ମୃତ୍ୟୁ ହାରକୁ ହ୍ରାସ କରିବା ପାଇଁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ କରିଛି । ଶୀଘ୍ର ଚିହ୍ନଟ, ଠିକ ସମୟରେ ନିରାକରଣ ପାଇଁ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଭଳି ପଦକ୍ଷେପ ମାଧ୍ୟମରେ ୨୫ ଲକ୍ଷ ଜୀବନ ରକ୍ଷା କରିବାକୁ ଲକ୍ଷ ରଖିଛି । ସ୍ତନ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ତନ କର୍କଟ ସଚେତନତା ମାସ (ବିସିଏମ୍) ପ୍ରତ୍ୟେକ ଅକ୍ଟୋବରରେ ବିଶ୍ୱସ୍ତରରେ ପାଳନ କରାଯାଏ । ଏହି ଦିନର ଉଦ୍ଦେଶ୍ୟ ହେଉଛି ସଚେତନତା ଜାଗ୍ରତ କରିବା, ସ୍ତନ କର୍କଟ ସ୍କ୍ରିନିଂ ତଥା ଶୀଘ୍ର ନିରାକରଣର ବୃଦ୍ଧି ପାଇଁ ପଦକ୍ଷେପ ନେବା, ସ୍ତନ କର୍କଟ ସୂଚନା ବିସ୍ତାର କରିବା, ଜ୍ଞାନ ଆଦାନ ପ୍ରଦାନକୁ ବୃଦ୍ଧି କରିବା ଏବଂ ସ୍ତନ କର୍କଟ ନିୟନ୍ତ୍ରଣ ପାଇଁ ସହଯୋଗ ଏବଂ ସହଭାଗିତାକୁ ଦୃଢ କରିବା, ଇତ୍ୟାଦି । ସ୍ତନ କର୍କଟ ସଚେତନତା ମାସ ୨୦୨୪ର ବିଷୟବସ୍ତୁ ହେଉଛି ‘ଏକାକି କୌଣସି ବ୍ୟକ୍ତି ଯେଭଳି ସ୍ତନ କର୍କଟ ରୋଗର ସମ୍ମୁଖୀନ ନହୁଅନ୍ତି’ । ଏହି ଅଭିଯାନର ଲକ୍ଷ୍ୟ ରହିଛି ସ୍ତନ କର୍କଟ ବିଷୟରେ ସଚେତନତା ବୃଦ୍ଧି ଏବଂ ଶୀଘ୍ର ନିରାକରଣ ଏବଂ ସ୍କ୍ରିନିଂକୁ ଉତ୍ସାହିତ କର, ଭାବପ୍ରବଣତାକୁ ସମ୍ମାନ ଦିଅ, ଚିକିତ୍ସା ଏବଂ ମାନସିକ ସମର୍ଥନ ସହିତ ରୋଗୀକେନ୍ଦ୍ରିତ ଯତ୍ନକୁ ପ୍ରୋତ୍ସାହିତ କର, ସ୍ତନ କର୍କଟ ଯତ୍ନରେ ଥିବା ପାର୍ଥକ୍ୟକୁ ସମାଧାନ କର, ବିଶ୍ଵ ସ୍ତରୀୟ ସ୍ତନ କର୍କଟ ଉପଶମ ପଦକ୍ଷେପ (ଜିବିସିଆଇ) ଗ୍ରହଣ କରିବାକୁ ଉତ୍ସାହିତ କର ।

Leave A Reply

Your email address will not be published.