ମା’ ଗଜଲକ୍ଷ୍ମୀଙ୍କ ପାର୍ବଣ ପାଇଁ ଛତ୍ରପୁର ମେନ୍‌ ରୋଡ ବଡ଼ ବଜାର ଚଳଚଞ୍ଚଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମା’ ଗଜଲକ୍ଷ୍ମୀଙ୍କ ପାର୍ବଣ ସମ୍ଭାର ପାଇଁ ଛତ୍ରପୁର ସହର ଚଳଚଞ୍ଚଳ ହୋଇଉଠିଛି । ଛତ୍ରପୁର ମେନ୍‌ ରୋଡ ବଡ଼ ବଜାରର ପୂଜା କମିଟି ଦ୍ୱାରା ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ହେଇଥିବା ମା’ ଗଜଲକ୍ଷ୍ମୀଙ୍କ ପୂଜାମେଢ଼ ଖୁବ୍ ଉଚ୍ଚକୋଟୀର ହୋଇଛି । ଏନେଇ ମୁଖ୍ୟ ସଡ଼କପଥ ସାରା ଏହି ପାର୍ବଣ ସମ୍ଭାରରେ ପୂଜାମଣ୍ଡପରେ ଶୋଭା ପାଉଛନ୍ତି, ଗଜବେଶ ଧାରଣ କରି ମା’ ବିଷ୍ଣୁଙ୍କ ଘରଣୀ ଲକ୍ଷ୍ମୀ । ସୁଶୋଭିତ ପୂଜାମଣ୍ଡପରେ ଗଜଲକ୍ଷ୍ମୀଙ୍କ ପୂଜା ଆରାଧନା ଚାଲିଛି । ପୂଜା ଆସରରେ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି । ଷୋଡଶ ଉପଚାରରେ ଦେବୀଙ୍କୁ ପୂଜା ଆବାହନ କରାଯାଇ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ସହ ସମାହିତ ହୋଇଆସିଛି । ଅଗଣିତ ଭକ୍ତଜନ ଦେବୀଙ୍କ ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ସୁନ୍ଦର ତୋରଣ ସହିତ ସୁସଜ୍ଜିତ ଆଲୋକମାଳାରେ ଚିତ୍ତାକର୍ଷକ ପୂଜା ମଣ୍ଡପ ବେଶ୍ ଆକର୍ଷଣୀୟ ହୋଇଛି । ଶୁକ୍ରବାର ରାତ୍ରିରେ ମା’ଙ୍କ ଭସାଣୀ ଯାତ୍ରା ସମାହିତ ହୋଇଛି ।

Leave A Reply

Your email address will not be published.