ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୧୯୭୯ ମସିହା ଅକ୍ଟୋବର ମାସ ୧୭ ତାରିଖରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ଆରମ୍ଭ ହୋଇଥିଲା । ଡ. ସୋମନାଥ ମିଶ୍ର ପ୍ରଥମ ଚାର୍ଟର ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ । ଚଳିତ ବର୍ଷ ଏହି ଲାୟନ୍ସ କ୍ଲବ ୪୫ ବର୍ଷରେ ପଦାର୍ପଣ କରିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାରେ କ୍ଲବ ସଭାପତି ଗଙ୍ଗାଧର ଶର୍ମାଙ୍କ ସଭାପତିତ୍ୱରେ କ୍ଲବର ଚାର୍ଟର ଡେ ପାଳିତ ହୋଇଯାଇଛି । କ୍ଲବ ଆରମ୍ଭ ସମୟରୁ ଆଜିକୁ ୪୫ ବର୍ଷ ବିତି ଯାଇଛି, ସେହି ସମୟରୁ ଆଜି ଯାଏଁ କ୍ଲବ ପ୍ରତି ତାଙ୍କର ସେବା ସମର୍ପଣ ପାଳନ ପାଇଁ ସେହି ୩ ଜଣ ଚାର୍ଟର ସଦସ୍ୟଙ୍କୁ ନେଇ କ୍ଲବ ସଦସ୍ୟଙ୍କ ଗହଣରେ ଏହି ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ବିଧାୟକ ତଥା ଲାୟନ୍ସ କ୍ଲବ ସଦସ୍ୟ ନବୀନ ଜୈନ, ଲାୟନ୍ସ କ୍ଲବ ଡିଷ୍ଟ୍ରିକ୍ଟ ୩୨୨ ସି ୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ପ୍ରଦୀପ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ତଥା ଲାୟନ କ୍ଲବ ସଦସ୍ୟା ଶ୍ରୀମତୀ ମମତା ଦେବୀ ଜୈନ, ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର, କ୍ୟାବିନେଟ୍ କୋଷାଧ୍ୟକ୍ଷ ରୋହିତ ଅଗ୍ରୱାଲ, ଆର୍ସି ବିଜୟ ଜୈନ, କ୍ଲବ ସଭାପତି ଗଙ୍ଗାଧର ଶର୍ମା, ସମ୍ପାଦକ ଆବାସ ଖାଁ, କୋଷାଧ୍ୟକ୍ଷ ସଜ୍ଜନ କମାନି ମଞ୍ଚାସୀନ ଥିଲେ । ସଭା ଆରମ୍ଭ ପୂର୍ବରୁ ଚାର୍ଟର ମେମ୍ବର ସ୍ୱର୍ଗତ ପ୍ରଭାସ ସାହୁଙ୍କ ସ୍ମୃତିରେ ଏକ ମିନିଟ୍ ଶୋକସଭା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ୩ ଜଣ ଚାର୍ଟର ମେମ୍ବର ଡ. ଲିଲାଧର ଶର୍ମା, ଗୋପାଳ ଲାଠ, ଈଶ୍ୱର ଜୈନଙ୍କ କ୍ଲବ ପ୍ରତି ସେବା ସମର୍ପଣ ପାଇଁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ କେକ୍ କାଟି ଏହି ଦିବସକୁ ପାଳନ କରାଯାଇଥିଲା । ଡିଜି ଏହି ୩ ସଦସ୍ୟଙ୍କୁ ଡିଜି ପିନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ କ୍ଲବର ପୂର୍ବତନ ସଭାପତି ଶ୍ରୀମତୀ ବିନ୍ଦୁ ସାହୁ, ରତ୍ନାକର ସାହୁ, ଦୀପକ ପୃଷ୍ଟି, ଲିଙ୍ଗରାଜ ସାହୁ, ବରିଷ୍ଠ ସଦସ୍ୟ ଶରତ ଦାସ, ଲଳିତା ଲାଠ, ଶ୍ରୀମତୀ ଜୁଲି ସାହୁ, ଗୀତାଞ୍ଜଳି ମହାରଣା, ଲାୟନ ସୌରଭ ସାହୁ, ଆକାଶ ଜୈନ, ନିରୋଜ ପଟ୍ଟନାୟକ, ଆନନ୍ଦ ଜୈନ, ପ୍ରଦୀପ ବାରିକ, ମନିସ ଗୁପ୍ତା, ଅଙ୍କିତ ଲାଠ, ମହେନ୍ଦ୍ର ନାହାକଙ୍କ ସମେତ ଅନ୍ୟାନ୍ୟ କ୍ଲବର ସଦସ୍ୟ ମାନେ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କ୍ଲବର ବରିଷ୍ଠ ସଦସ୍ୟ ଲାୟନ ରାମଗୋପାଳ ଚୌଧୁରୀଙ୍କ ମାର୍ଗଦର୍ଶନରେ କ୍ଲବ ସଦସ୍ୟ ସଞ୍ଜୟ ସୋନି, କ୍ଷୀରସିନ୍ଧୁ ଦର୍ଜି, ଶମ୍ଭୁ ପ୍ରସାଦ ଗୋୟଲ୍, ରାକେଶ ଜୈନ, ପଙ୍କଜ ନାମଦେବ, ଅଜିତ ପାତ୍ର, ସନ୍ତୋଷ ମହାନ୍ତି, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲିଓ ଶୁଭ ଦୀପ ସାମନ୍ତ, ଅଙ୍କିତ ଗୁପ୍ତାଙ୍କ ସମେତ କ୍ଲବର ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।
Prev Post
Next Post