oom

ରାବଣ ବଧ ସହ ଗୌଡଗୋଠ ପାଟଖଣ୍ଡା ଯାତ୍ରା ଉଦ୍‌ଯାପିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠରେ ଚାଲିଥିବା ପାଟଖଣ୍ଡା ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ମହାଲୟା ଅମାବାସ୍ୟା ଠାରୁ ଖଣ୍ଡାବସା ଆରମ୍ଭ ହୋଇଥିଲା । ଗତ ନବମୀରେ ମାଁ ପାଟଖଣ୍ଡା ଗ୍ରାମ ପରିକ୍ରମା କରିଥିଲେ । ଦଶମୀ ଦିନ ଦେନ୍ଦୁଝରରୁ ଦେବୀ ବରୁଆ ଦିହରେ ଆବିର୍ଭୂତ ହୋଇ ଭକ୍ତମାନଙ୍କ ଗୁହାରୀ ଶୁଣିଥିଲେ । ଏହି ଅବସରରେ ରାବଣ ଦରବାର ଅନୁଷ୍ଠିତ ହୋଇଥିଲା । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପୂର୍ବତନ ବିଡିସିସି ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଉଦ୍‌ଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗୁରୁଦେବ ରଣା, କୈଲାଶଚନ୍ଦ୍ର କର୍ତ୍ତି, ବଡବାହାଲ ସମିତି ସଭ୍ୟ ସିତାଂଶୁ ମିଶ୍ର ଉପସ୍ଥିତ ଥିଲେ । ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ବିଧାୟକ ନରସିଂହ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟକାନ୍ତି ଛତ୍ରୀଆ, ସୁଦାମ ଚରଣ ବିଶି, ମୟ ପ୍ରଧାନୀ, ବଲାଙ୍ଗିର ବିଜେପି ସଭାପତି ଗୋପାଲଜୀ ପାଣିଗ୍ରାହୀ, ବଲାଙ୍ଗିର ସାଂସଦଙ୍କ ଦେଓଗାଁ ପ୍ରତିନିଧି ଶଶିଭୂଷଣ ପାଣିଗ୍ରାହୀ, ଶଶିଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପାଟଖଣ୍ଡା ବରୁଆଭାବେ ନନ୍ଦ ନାଏକ, ବିରୁପାଣି ନୀଲାକାର ରଣା, ଜେନା ସୁବାଶ ରଣା, ପୂଜକ ରାମ ନାଏକ ପୂଜାର୍ଚ୍ଚନା ଦାୟିତ୍ଵ ତୁଲାଇଥିଲେ । ଗୌଡଗୋଠ ସମବାୟ ସଂପାଦକ ଦୁର୍ଯ୍ୟୋଧନ ରଣା ସଭା ପରିଚାଳନା କରିଥିଲେ । ମହୋତ୍ସବ କମିଟିର ସଭାପତି ପ୍ରତାପ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.