jayashree

ପାର୍ବଣରେ ବିଭିନ୍ନ ମେଢ ବୁଲି ମା’ଙ୍କ ଆଶିର୍ବାଦ ଭିକ୍ଷା କଲେ କଂଗ୍ରେସ ନେତା ଅମରେନ୍ଦ୍ର ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ପାର୍ବଣ ଋତୁରେ ବଲାଙ୍ଗିର ସହରର ବିଭିନ୍ନ ପୂଜା ମଣ୍ଡପ ଯଥା ମେଟାକାନି ଛକ, ପଥେଇଗୁଡି, ରେଲୱେ କଲୋନୀ, ରିଜର୍ଭ ପୋଲିସ, ତୁଳସୀନଗର, ସାଗରପଡା, ପେଲେସଲାଇନ, ଅଫିସର କଲୋନୀ, ରାଜେନ୍ଦ୍ରପଡା, କଲେଜଛକ, ଶାନ୍ତିପଡା, ତାଲପାଲିପଡା, ଠିକାଦାରପଡା, ସରକାରୀ ବସଷ୍ଟାଣ୍ଡ, ରୁଗୁଡିପଡା, ଲ’ କଲେଜ, ପୁରୁଣା ରାଜବାଟି, ବିକ୍ରମ ଛକ, ଦୁର୍ଗା ମନ୍ଦିର, ଗାନ୍ଧୀନଗରପଡା, ଜଗନ୍ନାଥପଡା, ଜେଲ କଲୋନୀ, ମଙ୍ଗଳା ମନ୍ଦିର, ରାଧାରାଣୀପଡା, କ୍ଲବପଡା ପ୍ରଭୃତି ପୂଜା ମଣ୍ଡପ ବୁଲି ଜଗତଜନନୀ ମା’ ଦୁର୍ଗାଙ୍କର ଆଶିର୍ବାଦ ଭିକ୍ଷା କରିଥିଲେ କଂଗ୍ରେସ ନେତା ଅମରେନ୍ଦ୍ର । ଏହି କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ସମାଜସେବୀ ବ୍ୟାସଦେବ ନନ୍ଦ, ଜିଲ୍ଲା କୃଷକ ସଂଘ ସଭାପତି ସାନନ୍ଦ ମିଶ୍ର, ସମୀର କୁମ୍ଭାର,ଲୋପନ ମିଶ୍ର, ଅଙ୍କିତ ସାହୁୁ, ଚିନ୍ମୟ ବେହେରା, ସୋହନ ନାଏକ, ଆଦର୍ଶ ତ୍ରିପାଠୀ, ରଶ୍ମି ରଂଜନ ପ୍ରଧାନ, ଅମିତାବ ତ୍ରିପାଠୀ, ସ୍ୱାଗତ ପଟ୍ଟନାୟକ, ଶୁଭସୌମେନ୍ଦ୍ର ସ୍ୱାଇ, ଆଶୁତୋଷ ମିଶ୍ର, ଅମିୟ ବଗର୍ତ୍ତି ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.