jsm

ଅଭିକର୍ତ୍ତା ସଂଘର ବିଭିନ୍ନ ଦାବିକୁ ନେଇ ଘଣ୍ଟିକିଆ ବିକ୍ଷୋଭ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜୀବନ ବୀମା ନିଗମର ରାଉରକେଲା ଶାଖା, ଅଭିକର୍ତ୍ତା ସଂଘ ତରଫରୁ କାର୍ଯ୍ୟାଳୟ ସମ୍ମୁଖରେ ଦିବା ୧.୩୦ରୁ ୨.୩୦ ପର୍ଯ୍ୟନ୍ତ ଘଣ୍ଟିକିଆ ସ୍ଲୋଗାନ କାର୍ଯ୍ୟକ୍ରମ ରଖାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଦାବିକୁ ନେଇ ଯଥା, ଜୀବନ ବୀମା ନିଗମର ପଲିସି ଉପରେ ପରିବର୍ତ୍ତନ, ପଲିସି ପ୍ରିମିୟମ ଉପରେ ବୃଦ୍ଧି, ଅଭିକର୍ତ୍ତା ମାନଙ୍କର କମିଶନ ହ୍ରାସ, ବିମାଧାରୀଙ୍କ ବନୋସ ଦର ହ୍ରାସ କରାଯାଇଥିବା ନିମନ୍ତେ କର୍ତ୍ତୃପକ୍ଷ ନିକଟରେ ସର୍ବ ଭାରତୀୟ ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଶାଖା ଅଭିକର୍ତ୍ତା ସଂଘର ସଭାପତି ସୁବ୍ରତ କୁମାର ମହାନ୍ତି, ପୂର୍ବତନ ଜୋନାଲ ସଭାପତି ପ୍ରଫୁଲ୍ଲ କୁମାର ପାଢୀ ଓ ଶାଖା ସମ୍ପାଦକ ସଞ୍ଜୟ କୁମାର ସାହୁ ପ୍ରମୁଖ ଅଭିଭାଷଣ ରଖିଥିଲେ । ଆଞ୍ଚଳିକ କୋଷାଧ୍ୟକ୍ଷ ଯୁବଜାନି ବେଜ, ବର୍ତ୍ତମାନ ମଣ୍ଡଳ ଉପସଭାପତି ପ୍ରଦୀପ ମହାନ୍ତି, ମଣ୍ଡଳ କୋଷାଧ୍ୟକ୍ଷ ଅମର ବିଜୟ ପୃସେଠ ଓ ଶାଖାର ଅନେକ ଅଭିକର୍ତ୍ତା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.