ୱାଇ.ଏମ୍‌.ଏଫ୍‌.ଆଇ ପକ୍ଷରୁ ଦୁର୍ଗାପୂଜା ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୱାଇ.ଏମ୍‌.ଏଫ୍‌.ଆଇ ପକ୍ଷରୁ ଦୁର୍ଗାପୂଜା ସାଂସ୍କୃତିକ ଉତ୍ସବ ସ୍ଥାନୀୟ ବସ୍ତିଆ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଳ୍ପପତି ତଥା ଲେଖକ ଇଂ ଆର୍‌. ପି. ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜ ସେବୀ କମଲ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେମାନେ ପିଲାଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ବିଭିନ୍ନ ସ୍କୁଲ ଓ କଲେଜର ଶତାଧିକ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ବକୃତା, ନୃତ୍ୟ, ସଂଗୀତ ଓ ମଡେଲିଙ୍ଗରେ ଭାଗ ନେଇ ନିଜ ମଧ୍ୟରେ ରହିଥିବା ସୃଜନଶିଳ ପ୍ରତିଭାର ପରିଚୟ ଦେଇଥିଲେ । ଶ୍ରୀମତୀ ଅନିତା ଅଗ୍ରୱାଲ, ଏନ୍‌. କେ. ଧର, ପ୍ରିୟଙ୍କା ମିଶ୍ର, ପୁଷ୍ପା ମିଶ୍ର, ପୂଜା ନାୟକ, ଦେବେନ୍ଦ୍ର ମହାରଣା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ୱାଇ.ଏମ୍‌.ଏଫ୍‌.ଆଇ.ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୁର୍ଗାପୂଜା ପରିପ୍ରେକ୍ଷୀରେ ଏହି ବିବିଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠିତ ଉତ୍ସବରେ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସପନ କୁମାର ମୁଖାର୍ଜୀ, ସୋନି ଦାଶ, ମୋନାଲିସା ଗୌଡ଼, ମୀରା ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.