ବିବାହକୁ ନେଇ ପ୍ରଥମ ଥର ଏଭଳି କହିଲେ ସଲମାନ ଖାନ୍‌

ମୁମ୍ବାଇ : ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ ନିଜର ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ସବୁବେଳେ ତାଙ୍କ କୋ-ଷ୍ଟାରମାନଙ୍କ ସହ ଲଭ୍‌ ଲାଇଫ୍‌ ଓ ରିଲେସନ୍‌ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫ୍ୟାନ୍ସ ଯେବେ କୁହନ୍ତି ସଲମାନ କେବେ ବିବାହ କରିବେ, ବିବାହ କରି ପଇସା ବରବାଦ କରିବା କଥା କହି ପ୍ରଶ୍ନକୁ ଏଡାଇ ଯାଆନ୍ତି । ସଲମାନ୍‌ ଖାନ୍‌ ଏକ ମାଗାଜିନ୍‌ ରେ ଦେଇଥିବା ସାକ୍ଷାତକାରରେ ତାଙ୍କ ବିବାହ ସଂପର୍କରେ ଖୋଲି କହିଛନ୍ତି । ତାଙ୍କ ଜାବନରେ ସେ କିଭଳି ପାର୍ଟନର ଚାହୁଁଛନ୍ତି ତାହା ସେ କହିଛନ୍ତି । ସେ କହିଛନ୍ତି ଯେ, ‘ମୁଁ ଏମିତି ଝିଅକୁ ବିବାହ କରିବାକୁ ଚାହୁଁଛି ଯିଏ ମୋ ଭଳି ହୋଇଥିବ ଏବଂ ମୁଁ ତାକୁ ସେଇ ଜିନିଷ ଦେଇପାରିବି ଯାହା ସେ ତାଙ୍କ ବାପା-ମା ଘରେ ପାଇନଥିବ ।

Leave A Reply

Your email address will not be published.

error: Content is protected !!