oom

ବ୍ଳକ ସ୍ତରୀୟ ଖେଳକୁଦ କମିଟି ଗଠନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ଅତିରିକ୍ତ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥଙ୍କ ତତ୍ତ୍ୱାବଧାନରେ ଏକ ବ୍ଳକ ସ୍ତରୀୟ ଖେଳକୁଦ କାର୍ୟ୍ୟକାରୀ କମିଟି ଗଠନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି ଭାବେ ବ୍ଳକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରା, ଉପସଭାପତି ଅର୍ତ୍ତତ୍ରାଣ ରଥ, ବ୍ଳକ ସମ୍ପାଦିକା ରଞ୍ଜିତା ମିଶ୍ର ମନୋନୀତ ହୋଇଛନ୍ତି । ଉକ୍ତ ବୈଠକରେ ଖେଳ ଶିକ୍ଷକ ଶେଷଦେବ ବାରିକ, ସୁଦର୍ଶନ ନାୟକ, ବନିତା ବନଛୋର, ପ୍ରଶାନ୍ତ ନନ୍ଦ ବାଗ, ବିନୋଦ ବିହାରୀ ବେହେରା, ସତ୍ୟବାନ ସାହୁ, ମନୋଜ ବେହେରା, ନାରାୟଣ ମିଶ୍ର, ମୋନାଲିସା ମହାପାତ୍ର, ନିବେଦିତା ହୋତା ପ୍ରମୁଖ କାର୍ୟ୍ୟକାରୀ କମିଟିର ସଦସ୍ୟ ଭାବରେ ଚୟନ ହୋଇଛନ୍ତି । ଏଥିରେ ୨୫ଟି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ ବୈଠକରେ ଆଲୋଚନା କରିଥିଲେ । ଶେଷରେ ଶେଷଦେବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.