ବାଇକ୍‌କୁ ଧକ୍କାକୁ ଦେଇ ଜଳିଗଲା ବସ୍ : ଜଣେ ମୃତ, ୨ ଗୁରୁତର

ଚଣ୍ଡିଖୋଲ : ବାଇକ୍‌କୁ ଧକ୍କା ଦେଇ ଜଳିଗଲା ବସ୍ । ୧୬ ନମ୍ୱର ଜାତୀୟ ରାଜପଥ ଛତିଆ ଠାରେ ଏଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଚକାଡୋଳା ନାମକ ଏକ ଘରୋଇ ବସ୍ ବାରିପଦାରୁ ଭୁବନେଶ୍ଵର ଅଭିମୁଖେ ଆସୁଥିଲା । ୧୬ ନମ୍ୱର ଜାତୀୟ ରାଜପଥ ଛତିଆ ଠାରେ ବସ୍‌ଟି ବାଇକ୍‌କୁ ଧକ୍କା ଦେଇ ହୁତୁହୁତୁ ହୋଇ ଜଳି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.