csstore

ମୁରିବାହାଲ ପୋଲିସ ଥାନା ଓ କୋର୍ଟରେ ପବିତ୍ର ବିଜୟା ଦଶମୀ ପର୍ବ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପୋଲିସ ଥାନା ଓ କୋର୍ଟରେ ପବିତ୍ର ବିଜୟା ଦଶମୀ ପର୍ବ ରବିବାର ପାଳିତ ହୋଇଯାଇଛି । ପୂର୍ବାହ୍ନରେ ଦୁଲଦୁଲି ବାଜା ସହ ନିକଟସ୍ଥ ଖଜୁରୀ ବନ୍ଧରୁ ଭବ୍ୟ କଳସ ଶୋଭାଯାତ୍ରା ଥାନା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହାପରେ ଥାନା ପରିସରରେ ବିଧିପୂର୍ବକ ବିଭିନ୍ନ ରୀତିନୀତିରେ ଜଗତ ଜନନୀ ମାଁ ଦଶଭୂଜା ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ମୁରିବାହାଲ ଥାନା ଅନ୍ତର୍ଗତ ସମସ୍ତ ଗ୍ରାମର ଉତ୍ତୋରତ୍ତର ଉନ୍ନତି ସହିତ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମା’ଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ପୂଜାରେ କର୍ତ୍ତା ରୂପେ ଥାନା ସବଇନ୍ସପେକ୍ଟର ଦନାର୍ଦନ ଓରାମ୍‌ ଓ ପୂଜକ ରୂପେ ଜଗନ୍ନାଥ ଯୋଶୀ ଦାୟିତ୍ଵ ନିର୍ବାହ କରିଥିଲେ । ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପୂଜାରେ ଥାନା ସବ୍‌ଇନ୍ସପେକ୍ଟର ପ୍ରମୋଦ କୁମାର ପଧାନ, ଏଏସ୍‌ଆଇ ରବୀନ୍ଦ୍ର କୁମ୍ଭାର, ସିଏସ୍‌ଆଇ ସୁଶୀଲ କୁମାର ମହାପାତ୍ର, କନେଷ୍ଟବଳ ରବୀନ୍ଦ୍ର କୁମାର ମାଝୀ, କିର୍ଷନ ପୁଝାରୀ, ସୁଦାମ ନାଗ, ଦିଲ୍ଲୀପ ଦଣ୍ଡସେନା, ସୀତାକାନ୍ତ ମାଝୀ, ପ୍ରିତମ ପୁଝାରୀ, ହୁଙ୍ଗା ମାଡ଼କାମୀ, ନାରାୟଣ ବେହେରା, ହୋମଗାର୍ଡ ଆଶାରାମ ରଣା, ଚନ୍ଦନ ତାଣ୍ଡି, ଶଙ୍କର ତାଣ୍ଡିଙ୍କ ସହ ଥାନାର ସମସ୍ତ ଗ୍ରାମରକ୍ଷୀ, ଭିକି ମହାରଣା ଓ ସୁଶାନ୍ତ ପଧାନ ପ୍ରମୁଖ ସହଯୋଗ କରିଥିଲେ । ଏହି ପୂଜାରେ ସରକାରୀ ଓକିଲ ବିଶ୍ଵନାରାୟଣ ବହିଦାର, ବରିଷ୍ଠ ଓକିଲ ତଥା ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ପାଣିଗ୍ରାହୀ, ଓକିଲ ପ୍ରଶାନ୍ତ ଲୁହା, ହୃଷୀକେଶ ଭୋଇ, ପ୍ରଶାନ୍ତ କମ୍ପ, ମୁରିବାହାଲ ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ, ଗରଗଡ଼ବାହାଲ ସରପଞ୍ଚ ପ୍ରତିନିଧି ଉମାକାନ୍ତ ସୁନା, ମୁରିବାହାଲ ସଦର ଫରେଷ୍ଟର ପୁଷ୍ପାଞ୍ଜଳି ଯୋଶୀ, ମୁରିବାହାଲ ଅଗ୍ନିଶମ ବିଭାଗର ମୁଖ୍ୟ ଆଗ୍ନିକ ଅମ୍ବରିଶ ପଧାନଙ୍କ ସହ ସମସ୍ତ ବିଭାଗୀୟ କର୍ମଚାରୀ, ବିଦ୍ୟୁତ୍ ବିଭାଗର ସମସ୍ତ କର୍ମଚାରୀ, ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁର, କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ସାହୁ, ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି, ସୁମନ୍ତ ମହାଲିଙ୍ଗ, ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ସଭାପତି ସୁଧାଂଶୁ ଶେଖର ପୋଡ଼ ଯାଦବ, ବ୍ୟବସାୟୀ ଭବାନୀଶଙ୍କର ଶର୍ମାଙ୍କ ସହ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ । ଗମ୍ଭାରୀଖୋଲାର ବିଶିଷ୍ଟ ଦୁଲଦୁଲି କଳାକାର ମହେଶ୍ୱର ଜାଲ ଓ ସାଥୀମାନେ ଦୁଲଦୁଲି ବାଦ୍ୟ ପରିବେଷଣ କରିଥିଲେ । ସେହିପରି ମୁରିବାହାଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ମଧ୍ୟ ପବିତ୍ର ବିଜୟା ଦଶମୀ ପର୍ବ ରବିବାର ପାଳିତ ହୋଇଯାଇଛି । ଏଥିରେ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ମା’ଙ୍କ ପୂଜାର୍ଚ୍ଚନାରେ ସମ୍ପୁର୍ଣ୍ଣ ସହଯୋଗ କରିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.