ଜେଏସ୍ଏମ୍ ବାଣିଜ୍ୟ, କଳା ଏବଂ ବିଜ୍ଞାନ ମହାବିଦ୍ୟାଳୟରେ ୨୦୨୪ – ୨୫ ଶିକ୍ଷା ବର୍ଷର ସ୍ୱାଗତ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୪ – ୨୫ ଶିକ୍ଷା ବର୍ଷରେ +୨ ଓ +୩ ଆଡମିଶନ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଜେଏସ୍ଏମ୍ କଳା, ବିଜ୍ଞାନ ଏବଂ ବାଣିଜ୍ୟ, ମହାବିଦ୍ୟାଳୟରେ ଫ୍ରେସର୍ ଡେ ଭାବରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆଜି ଏକ ବିଶେଷ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମ୍ମାନିତା ସହକାରୀ ଜିଲ୍ଲା ପୋଲିସ ଅଧୀକ୍ଷିକା ଅମ୍ରିତ ପଲ, ସମ୍ମାନୀତ ଅତିଥି ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର, ମୁଖ୍ୟବକ୍ତା ରସରାଜ ଅଚ୍ୟୁତ୍ ପୁରୋହିତ, ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା, ନିର୍ଦ୍ଦେଶକ ପିତବାସ ପଣ୍ଡା ଓ କଲେଜର ଅଧ୍ୟକ୍ଷା ଡଃ.ମନସ୍ମିତା ମିଶ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ମତ ପ୍ରକାଶ କରି କହିଲେ ଯେ, ଫ୍ରେସର୍ ଡେ’ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ମାତ୍ର ଏହା ତୁମର କଲେଜ ଅଭିଜ୍ଞତାର ଆରମ୍ଭକୁ ଚିହ୍ନିତ କରେ । ଏହା କେବଳ ଏକ ଛାତ୍ର ଭାବରେ ଆରମ୍ଭ କରିବା ତାହା ନୁହେଁ ବରଂ ଆପଣ ଉଜ୍ୱଳ ମନ ଏବଂ ଅନନ୍ୟ ବ୍ୟକ୍ତି ବିଶେଷ ଭାବରେ ସୃଷ୍ଟି ହେବାର ଆରମ୍ଭ ଅଟେ । ନୂତନ ବନ୍ଧୁତା ସୃଷ୍ଟି କରିବା ଏବଂ ପ୍ରତିଟି ଭବିଷ୍ୟତକୁ ଗଠନ କରିବା ନିମନ୍ତେ ଏହା ଏକ ଆରମ୍ଭ ଅଟେ । ଉପଦେଷ୍ଟା ମନୋରଂଜନ ସାହୁ ଛାତ୍ରଛାତ୍ରୀମାନଙ୍କୁ ଅନେକ ବିଷୟରେ ଉପଦେଶ ପ୍ରଦାନ କରିବା ସହିତ ଏକ ଉତ୍ତମ ଶିକ୍ଷ୍ୟା ବର୍ଷ ହେଉ ବୋଲି ଶୁଭେଚ୍ଛା କାମନା କରିଥିଲେ । ଶେଷରେ ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା ଛାତ୍ରଛାତ୍ରୀମାନଙ୍କୁ ତାଙ୍କରି ଭବିଷ୍ୟତ ଗଠନ କରିବାରେ ଏକ ଉତ୍ତମ ଶିକ୍ଷା ନିତାନ୍ତ ଦରକାର ବୋଲି ଉତ୍ସାହ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୀତ ଓ ନୃତ୍ୟର ଆୟୋଜନ ହୋଇଥିଲା ପୁଣି ଛାତ୍ରଛତ୍ରୀମାନଙ୍କ ମଧ୍ୟରେ ମିଷ୍ଟର ଫ୍ରେସର୍ ଏବଂ ମିସ୍ ଫ୍ରେସର୍ ପ୍ରତିଯୋଗିତା ପାଇଁ ପ୍ରଶ୍ନ ଉତ୍ତର ରାଉଣ୍ଡ କରାଯିବା ସହିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମିଷ୍ଟର ଫ୍ରେସର ୨୦୨୪ ଭାବରେ ମହେଶ କୁମାର ପୃଷ୍ଟି (+୨ ପ୍ରଥମ ବର୍ଷ ବାଣିଜ୍ୟ), ପ୍ରଭୁପ୍ରସାଦ ବିଶୋଇ (+୨ ପ୍ରଥମ ବର୍ଷ କଳା), ଗୌରବ କୁମାର ଶର୍ମା (+୨ ପ୍ରଥମ ବର୍ଷ ବିଜ୍ଞାନ) ଓ ପ୍ରତ୍ୟୁସ ରଞ୍ଜନ ଭୋଇ (+୩ ପ୍ରଥମ ବର୍ଷ ବାଣିଜ୍ୟ) ବିଜେତା ହୋଇଥିବା ବେଲେ ମିସ୍ ଫ୍ରେଶର୍ ଭାବରେ ପ୍ରତିକ୍ଷ୍ୟା ହୋତା (+୨ ପ୍ରଥମ ବର୍ଷ ବାଣିଜ୍ୟ), ସ୍ମୃତି ରେକ୍ଷା ମିଶ୍ର (+୨ ପ୍ରଥମ ବର୍ଷ କଳା), ତନିଶା ରଣା (+୨ ପ୍ରଥମ ବର୍ଷ ବିଜ୍ଞାନ) ଓ ଦେବଶ୍ରୀ ଭିଆସ (+୩ ପ୍ରଥମ ବର୍ଷ ବାଣିଜ୍ୟ) ହୋଇଛନ୍ତି ।

Leave A Reply

Your email address will not be published.