jsm

ଦୂର୍ଗାପୂଜା ସପ୍ତମୀ ଦିନରେ ଶ୍ରଦ୍ଧାଳୁମାନଙ୍କ ସାନିଧ୍ୟ ଲାଭ ସକାଶେ କାଳରାତ୍ରୀ ବେଶରେ ମାଁ ଦର୍ଶନ ଦେଲେ ମାଁ ବନଦୁର୍ଗା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଁ ଦୁର୍ଗାଙ୍କ ନବରାତ୍ରୀ ଦୂର୍ଗାପୂଜାରେ ଆଜି ସପ୍ତମୀ ଦିନରେ ଅକାଳ ମୃତ୍ୟୁରୁ ମଣିଷ ସମାଜକୁ ବଞ୍ଚିତ କରିବା ପାଇଁ ମାଁ କାଳରାତ୍ରୀ ବେଶରେ ପଦ୍ମପୁର ବନ ଦୁର୍ଗା ମନ୍ଦିର ଠାରେ ପୂଜା ପାଉଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ସାନିଧ୍ୟ ଲାଭ ଆଜି ମାଁ କାଳରାତ୍ରି ରୂପରେ ମାଁ ଦର୍ଶନ ଦେଇଛନ୍ତି । ଆଜିର ପୂଜାରେ କର୍ତ୍ତା ଭାବେ ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରା ହୋଇଥିଲେ । ବରିଷ୍ଠ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ଅଶୋକ ପଣ୍ଡାଙ୍କ ଦୁର୍ଗା ସ୍ତୁତି ସହିତ ଘଣ୍ଟସଙ୍ଖ ବାଦ୍ୟରେ ପାର୍ଶ୍ୱଦେବତାଙ୍କୁ ଆବାହନ ସହ ଷୋଡଶ ପୂଜା ଉପଚାରରେ ପୂଜାକାର୍ଯ୍ୟ ସମ୍ପାଦନ ହୋଇଥିଲା । ବନଦୁର୍ଗା ମନ୍ଦିର ପୂଜାରୀ ପ୍ରଶାନ୍ତ କୁମାର ପଣ୍ଡା, ସଭାପତି ଡ଼ଃ. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନିଲ କୁମାର ବେହେରା, ସୁଶାନ୍ତ ପଧାନ ପୂଜାକାର୍ଯ୍ୟକୁ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.