ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା : ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ରାୟଗଡା, (କେପିଏନ୍‌ଏସ୍‌) : ଭବାନୀପାଟଣା ସ୍ଥିତ ଜାରିଂ ନର୍ସରୀରେ ଚାରା ଦୁର୍ନୀତି ଏବଂ ପିସି କାରବାରକୁ ନେଇ ଫରେଷ୍ଟର ସଞ୍ଜୟ ନାୟକଙ୍କୁ ଡିଏଫ୍‌ଓ ଦେବେନ୍ଦ୍ର ବେହେରା ବାରମ୍ବାର ପିସି ମାଗିବା ସହିତ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଫରେଷ୍ଟର ସଞ୍ଜୟ ଏକ ହାତ ଲେଖା ସୁଇସାଇଡ଼ ନୋଟ ମଧ୍ୟ ଛାଡି ଯାଇଥିଲେ । ଏବଂ ଭବାନୀପାଟଣା ସ୍ଥିତ ନିଜ ସରକାରୀ ବାସ ଭବନରେ ସଞ୍ଜୟ ଆତ୍ମହତ୍ୟା ଘଟଣାକୁ ନେଇ ବିଭାଗ ପକ୍ଷରୁ ଆଜି ଡିଏଫ୍‌ଓ ଦେବେନ୍ଦ୍ର ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବର୍ତ୍ତମାନ ତାଙ୍କୁ ଭବାନୀପାଟଣା ପୋଲିସ ମଧ୍ୟ ଜେରା କରୁଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.