jsm

ଦେବଦତ୍ତ କ୍ଳବକୁ ପ୍ରକୃତି ମିତ୍ର ପୁରସ୍କାର

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ଠାରେ ୭୦ ତମ ବନ୍ୟପ୍ରାଣୀ ସପ୍ତାହ ବରଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ସଭାପତିତ୍ୱରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅଞ୍ଚଳ ମହା ବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ଓ ମୁଖ୍ୟବକ୍ତା ଭାବରେ ପ୍ରଫେସର କେଶରଞ୍ଜନ ପଧାନ ଯୋଗଦେଇ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ୨୦୨୩ – ୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୭ ଜଣ ପ୍ରକୃତି ବନ୍ଧୁ ଓ ୮ ଗୋଟି ପ୍ରକୃତି ମିତ୍ର ପୁରସ୍କାର ପାଇଁ ବିବେଚିତ ହୋଇଥିବା ଅନୁଷ୍ଠାନକୁ ଅତିଥିମାନେ ସମ୍ମାନିତ କରିଥିବା ବେଳେ ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବକୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି । କ୍ଲବ ପକ୍ଷରୁ ସୁଶାନ୍ତ ପଣ୍ଡାଏହି ସମ୍ମାନ ଗ୍ରହଣ କରିଥିଲେ । ତେବେ ଦେବଦତ୍ତ କ୍ଲବ ୧୯୯୨ ମସିହାରୁ ନିରନ୍ତର ଭାବରେ ବନ ମହୋତ୍ସବ, ପରିବେଶ ସୁରକ୍ଷା ଦିବସ, ସ୍ୱଚ୍ଛତା ଦିବସ, ବୃକ୍ଷ ରୋପଣ, ଜଙ୍ଗଲରେ ନିଆଁ ନିରାକରଣ ସଚେତନତା କାର୍ଯ୍ୟକ୍ରମ, ଗ୍ରାମ୍ୟ ଜଙ୍ଗଲ ପରିଚାଳନା କମିଟି ମାଧ୍ୟମରେ ବିଭିନ୍ନ ପ୍ରକାର ସହଯୋଗ, ବନ ବିଭାଗ ସହ ମିଶି ଅନେକ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କରିଥିବାରୁ ଜଙ୍ଗଲ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣ ପତ୍ର ଓ ଚେକ୍ ବନଖଣ୍ଡ ଅଧିକାରୀ ଦେବଦତ୍ତ କ୍ଲବକୁ ପ୍ରଦାନ କରିଛନ୍ତି । ଏହି କୃତି ପାଇଁ ଅନେକ ପରିବେଶବିତ, ପ୍ରକୃତି ବନ୍ଧୁ, ପରିବେଶ ପ୍ରେମୀ, ବିଭିନ୍ନ ପଦାଧିକାରୀ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଦେବଦତ୍ତ କ୍ଲବ ପରିବେଶ ସୁରକ୍ଷା ଦିଗରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକରିବା, ଜଙ୍ଗଲରେ ନିଆଁ ନିରାକରଣ ରୋକିବା, ଜୈବ ସନ୍ତୁଳନ ସଭା, ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସଂକଳ୍ପ ନେଇଥିବା କଥା ସୁଶାନ୍ତ ପଣ୍ଡା ପ୍ରକାଶ କରିଥିବା ବେଳେ ଜିଲ୍ଲା ବନ ବିଭାଗର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।

yuvodaya
Leave A Reply

Your email address will not be published.