jsm

ବୁଢ଼ୀପଦର ଗ୍ରାମୀଣ ପାର୍କ ଉଦ୍‌ଘାଟିତ

csstore

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୨୬ ନମ୍ୱର ଜାତୀୟ ରାଜପଥ ସ୍ଥିତ ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତର ଶିବଶକ୍ତି ଗ୍ରାମୀଣ ପାର୍କ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ଗ୍ରାମାଞ୍ଚଳ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରମୋଦ ଉଦ୍ୟାନ ଅଥବା ପାର୍କ ଆଉ ଅପହଞ୍ଚ ହୋଇ ରହିନାହିଁ, ବୁଢ଼ୀପଦର ସ୍ଥିତ ଏହି ଗ୍ରାମୀଣ ପାର୍କ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ମନ୍ତ୍ରୀ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ଟିଟିଲାଗଡ ବିଧାୟକ ନବୀନ ଜୈନ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଭାତ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ସରପଞ୍ଚଙ୍କ ପ୍ରତିନିଧି ଯୁଧିଷ୍ଠିର ପଧାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଅଳ୍ପ ଦିନ ମଧ୍ୟରେ ଜାତୀୟ ରାଜପଥ କଡ଼ରେ ଏକ ଆକର୍ଷଣୀୟ ପାର୍କ ପ୍ରତିଷ୍ଠା ହୋଇପାରି ଥିବାରୁ ଉପସ୍ଥିତ ଅତିଥି ବୃନ୍ଦ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ସାଧୁବାଦ୍ ଜଣାଇଥିଲେ । ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଡ଼ୁ, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀ, ଜିପିଇଓ କିଶୋର ଚନ୍ଦ୍ର ମାନସିଂଙ୍କ ସମେତ ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିବାବେଳେ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.