jsm

ରୋଟାରୀ କ୍ଲବ ରିଭର ସାଇଡ୍ ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ୍ ସ୍ଥିତ ଗୋପବନ୍ଧୁ ପାଠାଗାର ପରିସରରେ ରୋଟାରୀ କ୍ଲବ ରିଭର ସାଇଡ୍ ତରଫରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜ ଏବଂ ହସ୍‌ପିଟାଲ୍‌ର ହୃଦରୋଗ ବିଭାଗର ଡାକ୍ତର ଏବଂ ଟେକ୍ନିସିଆନ୍ ମାନେ ସହାୟତା କରିଥିଲେ । ହୃଦରୋଗ ବିଶେଷଜ୍ଞ ଡାକ୍ତର ସୋମେନ ପ୍ରସାଦ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଡାକ୍ତର ସ୍ମୃତି ସୌରଭ ମହାପାତ୍ର, ଡାକ୍ତର ପ୍ରୀତମ ଦାସ, ଡାକ୍ତର ସୁଚିସ୍ମିତା ପାଢ଼ୀ, ଡାକ୍ତର ଅଭୀପ୍ସା ପାତ୍ର ଏବଂ ଡାକ୍ତର ସୋନି ଜୟସ୍ୱାଲ ପ୍ରମୁଖ ୫୦ରୁ ଅଧିକ ବରିଷ୍ଠ ନାଗରିକ ମାନଙ୍କର ରକ୍ତ ଶର୍କରା, ରକ୍ତ ଚାପ ସହ ହୃଦରୋଗ ପରୀକ୍ଷା କରି ଉପଯୁକ୍ତ ପରାମର୍ଶ ଦେଇଥିଲେ । ହାଇଟେକ୍ ମେଡିକାଲ୍‌ର ଟେକ୍ନିସିଆନ୍ ମାନେ ରକ୍ତ ଶର୍କରା, ରକ୍ତ ଚାପ ସହ ସମସ୍ତଙ୍କର ଇ.ସି.ଜି. ପରୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସନ୍ତୋଷ କୁମାର ମିଶ୍ର, ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ନବଘନ ସାହୁ, ଦୀପକ କୁମାର ଦାଶ, ପ୍ରମିଳା ମିଶ୍ର, ସିଦ୍ଧିନାଥ ଜ୍ୟୋତିଷୀ, ପରମେଶ୍ୱର ପ୍ରଧାନ, ଶରତ କୁମାର ପାଣିଗ୍ରାହୀ, ଘନଶ୍ୟାମ ମିଳି, ସୁପ୍ରିୟା ମହାନ୍ତି, ଭଗବାନ ପାଢ଼ୀଙ୍କ ସହ ଗୋପବନ୍ଧୁ ପାଠାଗାରର କର୍ମକର୍ତ୍ତା ମାନେ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ରୋଟାରୀ କ୍ଲବ ରିଭର ସାଇଡ୍ ତରଫରୁ ସଭାପତି ସନ୍ତୋଷ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରୀ କ୍ଲବର ଏପରି ଜନକଲ୍ୟାଣକାରୀ ପ୍ରୟାସ ପାଇଁ ପାଠାଗାର ତରଫରୁ ସଭାପତି ନବଘନ ସାହୁ ଧନ୍ୟବାଦ ଦେବା ସହ ଭବିଷ୍ୟତରେ ଏହି ପରି କାର୍ଯ୍ୟକ୍ରମ ଜାରିରହିବ ବୋଲି ଆଶା ପ୍ରକାଶ କରିଥିଲେ ।

yuvodaya
Leave A Reply

Your email address will not be published.