oom

ଦୁଇ ମହାପୁରୁଷଙ୍କ ଜୟନ୍ତୀ ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ : ଚାରିଛକ ବଜାର ସଫା କଲେ ହରଭଙ୍ଗା ବିଡିଓ

jsmm

ହରଭଙ୍ଗା, (କେପିଏନ୍‌ଏସ୍‌) : ଅକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ଅ ବସରରେ ହରଭଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ଦୁଇ ମହାପୁରୁଷଙ୍କ ଜନ୍ମ ଜୟନ୍ତୀ ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ ପରିସରରେ ସଫେଇ ଓ ସଭା ଗୃହଠାରେ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଡ଼ିଓ ଶରତ କୁମାର ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, ସମ୍ମାନିତ ଅତିଥି ଅତିରିକ୍ତ ଯନ୍ତ୍ରୀ ମନୋରଞ୍ଜନ ପାତ୍ର, ସ୍ଥାନୀୟ ସରପଞ୍ଚ ଶ୍ରୀବନ୍ତ ମେହେର ଉପସ୍ଥିତ ରହି ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରିଜୀଙ୍କ ତୈଳ ଫଟୋରେ ପୁଷ୍ପମାଲ୍ୟାର୍ପଣ କରି ସୃତିଚାରଣ କରିଥିଲେ ଏବଂ ଭାରତ ସ୍ୱାଧୀନତାରେ ଦୁଇ ମହାପୁରୁଷଙ୍କ ଅବଦାନ ଉପରେ ବିଡ଼ିଓ ଆଲୋକପାତ କରିଥିଲେ । ପରେ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ହରଭଙ୍ଗା ବ୍ଲକ ଠାରୁ ଏକ ସଫେଇ ଶୋଭାଯାତ୍ରା ବାହାରି “ସ୍ଵଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା” ନାରା ଦେଇ ଚାରିଛକ ବଜାରରେ ପଡ଼ିରହିଥିବା ଅଳିଆ ଆବର୍ଜନା ସଫା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ, ମିଶନ ଶକ୍ତି, ଆଶା, ଏମ୍‌ବି୍‌କେ, ସିଆର୍‌ପି, ଜନପ୍ରତିନିଧି, ମା’ ଜୟ ଦୁର୍ଗା ବ୍ୟବସାୟିକ ସଂଘ, ସ୍ଥାନୀୟ ଜନ ସାଧାରଣ ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.