ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଉପକୂଳ ସୁରକ୍ଷାକୁ ଅଧିକ ମଜଭୁତ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ଉପକୂଳରେ ‘ସାଗର ଭିଜିଲ୍’ ନାମକ ଦୁଇ ଦିନିଆ ମିଳିତ ଉପକୂଳ ସୁରକ୍ଷା ଅଭ୍ୟାସ ଆରମ୍ଭ ହୋଇଛି । ଏହି ଅଭ୍ୟାସରେ ଭାରତୀୟ ତଟ୍ଟରକ୍ଷୀ ବାହିନୀ, ସିଆଇଏସ୍ଏଫ୍, ସାମୁଦ୍ରିକ ପୋଲିସ, କଷ୍ଟମ ବିଭାଗ, ଜଙ୍ଗଲ ବିଭାଗ, ମତ୍ସ୍ୟ ବିଭାଗ, ପାରାଦ୍ୱୀପ ବନ୍ଦର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିବା ପାରାଦ୍ୱୀପ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀଙ୍କ ଠାରୁ ପ୍ରକାଶ । ସୂଚନା ଥାଉକି ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଆତଙ୍କବାଦୀଙ୍କ ମୁମ୍ବାଇ ଆକ୍ରମଣ ପରେ ଭାରତୀୟ ଉପକୂଳ ସୁରକ୍ଷା ନିମିତ୍ତ ନିୟମିତ ଅନ୍ତରରେ ଏପରି ଅଭ୍ୟାସ କରାଯାଉଛି ।