lika

ଜାନୁଆରୀ ୧୩ରେ ପାରାଦ୍ୱୀପ ବନ୍ଦର କ୍ରିକେଟ : ଜିଲ୍ଲାର ୧୬ବର୍ଷରୁ କମ୍‌ ବାଳକ ବିଭାଗର ଚୟନ

gbag

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜନ ହେବାକୁ ଥିବା ୧୬ ବର୍ଷରୁ କମ (ବାଳକ) କ୍ରିକେଟ ଟିମ୍‌ ପାଇଁ ପାରାଦ୍ୱୀପ କ୍ରିକେଟ ଜିଲ୍ଲା ନିମନ୍ତେ ଖେଳାଳୀ ଚୟନ ଆସନ୍ତା ଜାନୁଆରୀ ୧୩ ତାରିଖ ବୁଧବାର ଦିନ ସକାଳ ୧୧ଟା ସମୟରେ ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଇଚ୍ଛୁକ ଖେଳାଳୀମାନେ ଜନ୍ମ ପ୍ରମାଣ ପତ୍ର ସହ ଗୋପବନ୍ଧୁ ଷ୍ଟାଡିୟମରେ ଉପସ୍ଥିତ ରହି ଏହି ଚୟନରେ ଭାଗ ନେବାକୁ ପାରାଦ୍ୱୀପ ବନ୍ଦର କ୍ରିକେଟ ଜିଲ୍ଲା ପକ୍ଷରୁ ସୂଚନା ମିଳିଛି । ଜିଲ୍ଲାର ମନୋନୀତ ଖେଳାନୀ ମାନେ ଓଡିଶା କ୍ରିକେଟ୍‌ ଆସୋସିଏସନ ଦ୍ୱାରା ଆସନ୍ତା ଜାନୁଆରୀ ୨୦ ତାରିଖରେ ଆୟୋଜନ ହେବାକୁ ଥିବା ୧୬ବର୍ଷରୁ କମ୍‌ କ୍ରିକେଟ ପ୍ରତିଯୋଗିତାରେ ଭାବ ନେବେ ।

babaa
Leave A Reply

Your email address will not be published.