ଭାଇରାଲ ହେବାରେ ଲାଗିଛି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଝିଅର ପ୍ରଥମ ଫଟୋ

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ପରିବାରରେ ଗତ ସୋମବାର ଦିନ ସାମିଲ ହୋଇଛି ଜଣେ ସଦସ୍ୟ । ଗତକାଲି ଅନୁଷ୍କା ଶର୍ମା ତାଙ୍କର ପ୍ରଥମ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ବିରାଟ କୋହଲି ସୋସିଆଲ ମିଡିଆ ମାଧ୍ୟମରେ ସେ ବାପା ହୋଇଥିବା ସୂଚନା ଦେଇଥିଲେ । ହେଲେ ଏବେ ଝିଅର ପ୍ରଥମ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ତାଙ୍କ ଭେରିଫାଏଡ ଇନ୍‌ଷ୍ଟାଗ୍ରାମ୍‌ ଆକାଉଂଟରେ ବିରୁଷ୍କାଙ୍କ ଝିଅର ପ୍ରଥମ ଫଟୋ ସେୟାର କରିଛନ୍ତି । ଯେଉଁଥିରେ କେବଳ ଛୁଆର ପାଦ ନଜର ଆସୁଥିବା ଦେଖିବାକୁ ମିଳୁଛି ।
ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ଖୁସିଆଁ ଆଁ ଚୁକି ହେ । ପରିବାର ମେଁ ଏକ୍‌ ପରୀ ନେ କଦମ୍‌ ରଖା ହେ’ । ଏହା ସହିତ ଫଟୋରେ ୱେଲକମ୍‌ ଲେଖାଥିବା ମଧ୍ୟ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.