ଟ୍ରେଡ୍‌ ୟୁନିୟନ୍‌ ମାନଙ୍କ ମିଳିତ ବୈଠକ

  • ଶ୍ରମ କୋର୍ଡ ବାତିଲ ଦାବିରେ ୨୩ ସେପ୍ଟେମ୍ବର ଦେଶବ୍ୟାପୀ କଳା ଦିବସ ପାଇଁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ସମସ୍ତ ଟ୍ରେଡ ୟୁନିୟନ୍‌ମାନେ ବାରମ୍ବାର ଦାବି ଓ ଆନ୍ଦୋଳନ ଚଳାଇ ଆସିଥିଲା ବେଳେ କେନ୍ଦ୍ର ବିଜେପି ସରକାର ଶ୍ରମିକ ବିରୋଧୀ ଶ୍ରମକୋର୍ଡ ଲାଗୁ କରିବା ପାଇଁ ସମସ୍ତ ପ୍ରସ୍ତୁତି କରୁଥିଲାବେଳେ ଗତ ୨୦୨୦ ମସିହା ସେପ୍ଟେମ୍ବର ମାସରେ ଏହି କଳା ଓ ଶ୍ରମିକ ବିରୋଧୀ ଓ ଦେଶ ବିରୋଧୀ ଶ୍ରମକୋର୍ଡ ଶ୍ରମ ଆଇନ ପରିବର୍ତ୍ତେ ଲାଗୁ କରିବାକୁ ନିଷ୍ପତ୍ତି କରିଥିଲେ । ଏହା ବିରୁଦ୍ଧରେ ଦେଶବ୍ୟାପୀ ସେପ୍ଟେମ୍ବର ୨୩ କଳା ଦିବସ ପାଳନ ପାଇଁ ଆଇଏନ୍‌ଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇଟିୟୁସି, ଜିଏମ୍‌ଏମ୍ ଡାକରା ଦେଇଥିବା ବେଳେ ଆଜି ରାଉରକେଲା ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଏଆଇଟିୟୁସି ନେତା ସଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଳିତ ଟ୍ରେଡ୍‌ ୟୁନିୟନ୍‌ ବୈଠକରେ ସିଆଇଟିୟୁ ରାଜ୍ୟ ଉପସଭାପତି ବିମାନ ମାଇତି, ରାଜ କିଶୋର ପ୍ରଧାନ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଆଇଏନ୍‌ଟିୟୁସି ନେତା ବିରକିଶୋର ଶେଖର ଦେଓ, ମନୋଜ କୁମାର କିଷାନ, ସୌମ୍ୟକାନ୍ତ ଦାସ, ଆର୍‌ଏମ୍‌ଏସ୍‌ ନେତା ଖଗେନ୍ଦ୍ର ବେହୁରା, ଏଆଇୟୁଟିୟୁସି ନେତା ଅଜିତ ନାୟକ, ଜିଏମ୍‌ଏମ୍ ନେତା ବିଷ୍ଣୁ ଚରଣ ମହାନ୍ତ ପ୍ରମୁଖ କେନ୍ଦ୍ର ମୋଦୀ ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନ ବିରୋଧୀ ଶ୍ରମକୋର୍ଡକୁ ସରକାର ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବା ସହିତ ୨୩ ସେପ୍ଟେମ୍ବର ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲାରେ ଅପରାହ୍ନରେ ଆମ୍ବାଗାନ ଛକଠାରେ ବିକ୍ଷୋଭ ଓ ଶୋଭାଯାତ୍ରା ସଂଗଠିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହାକୁ ସଫଳ କରିବାକୁ ଆହ୍ୱାନ କରାଯାଇଛି ।

Leave A Reply

Your email address will not be published.

error: Content is protected !!