oom

ଶିଶୁଙ୍କ ଘରୋଇ ଯତ୍ନ ଉପରେ ତାଲିମ କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ସଭାଗୃହ ଠାରେ ଶିଶୁ ମାନଙ୍କ ଘରୋଇ ଯତ୍ନ ଉପରେ ଦୁଇ ଦିନିଆ ତାଲିମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବୁକୁରାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ସମୁଦାୟ ୧୬ ଟି ସବ୍‌ ସେଣ୍ଟରରେ କାର୍ୟ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ୬ ଜଣ ଆଇ.ସି.ଡ଼ି.ଏସ୍ ସୁପରଭାଇଜରଙ୍କୁ ବରଗଡ଼ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଡ଼ି.ଏମ.ଆର୍.ସି.ଏଚ୍ ଶ୍ରୀ ଅଶୋକ କୁମାର ସାହୁ, ବୁକୁରାମୁଣ୍ଡା ଡାକ୍ତରଖାନାର ପି.ଏଚ.ଇ.ଓ ଶ୍ରୀ ତୁଷକୁମାର ଚନ୍ଦ୍ରକାର, ଡ଼ି.ଏଲ.ଟି ସୁଶ୍ରୀ ସନ୍ତୋଷିନୀ ମହାପାତ୍ର, ବି.ଡ଼ି.ଏମ ସଞ୍ଜିବ କୁମାର ମେହେର ଶିଶୁ ମାନଙ୍କ ଘରୋଇ ଯତ୍ନ କି ଭଳି ଭାବେ ନିଆଯିବ, କି ଭଳି ଭାବେ ଶିଶୁ ମୃତ୍ୟୁହାର ରୋକିପାରିବା, ଶିଶୁ ମାନଙ୍କ ପୋଷଣ ବୃଦ୍ଧି ଏବଂ ବିକାଶରେ କି ଭଳି ଭାବେ ଉନ୍ନତି ହେଇପାରିବ ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ତାଲିମ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରର ଆକାଉଣ୍ଟେନ ଶ୍ରୀ ସୁବ୍ରତ ବିଶ୍ୱାଳ, ଆଜକାରୁ ଶ୍ରୀ ନିତ୍ୟାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.