ଇସ୍ପାତ ସାହିତ୍ୟ ସଂସଦର ନାରୀ କବି ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ନାରୀକବି ସମ୍ମିଳନୀ ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରଶ୍ମିବାଳା ରାଉତରାୟଙ୍କ ସଭାପତିତ୍ୱ ଓ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଏସ୍‌ପି ପୁଷ୍ପାଞ୍ଜଳି ନେଙ୍ଗୀ ମୁଖ୍ୟ ଅତିଥି, କବି ବିଷ୍ଣୁପ୍ରିୟା ମହାପାତ୍ର ସମ୍ମାନିତ ଅତିଥି, ଓଡ଼ିଆ ଅଧ୍ୟାପିକା ମହାଶ୍ୱେତା ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ଆଉ ଚିତ୍କାର ନୁହେଁ, ପ୍ରତିରୋଧ ଓ ପ୍ରସ୍ତୁତି’ ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ତ ଅତିଥି ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରି କହିଲେ ଯେ, ଯେଉଁ ସମାଜରେ ନାରୀକୁ ସମ୍ମାନ ମିଳେ, ସେ ସମାଜ ବହୁ ଅଧିକକୁ ଯାଏ । ସମାଜରେ କିଛି ବିକୃତ ମାନସିକତା ଥିବା ବ୍ୟକ୍ତିଙ୍କ ପାଇଁ ନାରୀ ସମାଜ ଉତ୍ପୀଡନର ଶିକାର ହେବା ସଂଗେ ସଂଗେ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହା ସମାଜ ଉପରେ କୁପ୍ରଭାବ ପକାଉଛି । ଏକବିଂଶ ଶତାବ୍ଦୀରେ ଏହା ଠାରୁ ଲଜ୍ଜାଜନକ ଘଟଣା କ’ଣ ଥାଇପାରେ । ତେଣୁ ଏହାକୁ ପ୍ରତିରୋଧ କରିବା ପାଇଁ ନାରୀ ନିଜକୁ ଆତ୍ମରକ୍ଷା ଓ ସୁରକ୍ଷା କୌଶଳକୁ ଆପଣାଇବା ଦରକାର । ଏହି ଅବସରରେ ଲାଠିକଟା ସ୍ଥିତ ଶୋଭନୀୟ ଶିକ୍ଷାଶ୍ରମର ଶିକ୍ଷୟିତ୍ରୀ ତଥା କବି ଚାରୁଲତା ଦେବୀଙ୍କୁ ନାରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ମଞ୍ଜୁଳା କୁମାରୀ ରଥଙ୍କ ରଚିତ ଓ ସ୍ୱର ସଂଯୋଜନାରେ ସୁଚିତ୍ରା ଲେଙ୍କା ଓ ସାଥୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏଥିରେ ତବଲାରେ ଅନୁତୋଶ ରଥ ସଂଗତ କରିଥିଲାବେଳେ ସୁମିତ୍ରା ବାରିକ ଓ ସୁଚିତ୍ରା ସାମଲ ପ୍ରମୁଖ ସହଯୋଗ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମଞ୍ଜୁଳା କୁମାରୀ ରଥଙ୍କ ସଭାପତିତ୍ୱ, ରଶ୍ମି ସାହୁ ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ କବି କୁଞ୍ଜବିହାରୀ ରାଉତ, ଇଂ ଅଶୋକ ପଟ୍ଟନାୟକ, ସୁସ୍ମିତା ମହାପାତ୍ର, ମମତା ଜେନା, ସୁମିତ୍ରା ମିଶ୍ର, ସୁଚିତ୍ରା ସାମଲ, ସୁମିତ୍ରା ବାରିକ, ମନସ୍ୱିନୀ ବାରିକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଡା. ଗୀତାଞ୍ଜଳି ପତ୍ରୀ, ଅର୍ଚ୍ଚନା ପାତ୍ର, ଚାରୁଲତା ଦେବୀ, ସଂଜୀବ ଭୋଇ, ଉପେନ୍ଦ୍ର କୁମାର ବସ୍ତିଆ ଓ ପ୍ରତାପ ପଣ୍ଡା ପ୍ରମୁଖ ସ୍ୱରଚିତ ନାରୀ ସମ୍ପର୍କୀତ କବିତା ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମମତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶ, ତ୍ରିଲୋଚନ ମଥାନ, ଡା. କୃପାସିନ୍ଧୁ ନାୟକ, ନୀନାରାଣୀ ଜେନା, ମୋହନ ପଟ୍ଟନାୟକ, ବଳରାମ ଦାଶ, ମନୋଜ କୁମାର ନନ୍ଦ, ମୀନତି ପାଢ଼ୀ, ଦିବାକର ଦାସ, ରାମଚନ୍ଦ୍ର ଜେନା, ବୈକୁଣ୍ଠ ବିହାରୀ ପଟ୍ଟନାୟକ, ଅବନ୍ତିକା ବିଶ୍ୱାସ, ଏସ୍. କେ. ରାୟ, ଜୟନ୍ତୀ ମାହନ୍ତ, ଶର୍ମିଷ୍ଠା କବିଶତପଥୀ, ଅଶୋକ କୁମାର ବଳ, ପାଣ୍ଡବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.