ସାଇକେଲକୁ ଧକ୍କା ଦେଲା କାର୍‌ : ଜଣେ ମୃତ

ଚାନ୍ଦବାଲି : ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଚନ୍ଦନପୁର ନିକଟରେ ଦୁର୍ଘଟଣା । କାର୍‌ ଧକ୍କାରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ଜଣକ ଚନ୍ଦନପୁର ଗାଁର ଅକ୍ଷୟ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଏକ ବାଇକ୍‌ ଦୃତ ଗତିରେ ଚନ୍ଦନପୁର ନିକଟ ରାସ୍ତାରେ ଯାଉଥିବା ବେଲେ ସାମ୍ନା ପଟୁ ଆସୁଥିବା ଏକ ସାଇକେଲକୁ ଧକ୍କା ଦେଇଥିଲା । ଫଳରେ ସାଇରକେଲ ଆରୋହୀ ଜଣଙ୍କ ଚେତାଶୁନ୍ୟ ହୋଇ ପଡିଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଆରୋହୀଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଦୁର୍ଘଟଣା ଘଟାଇଥିବା କାର୍‌କୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସର ଜିମା ଦେଇଥିବା ବେଳେ ଚାନ୍ଦବାଲି ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Leave A Reply

Your email address will not be published.