“ଅତୀତ ଇଉରୋପ ନାଁରେ, ବର୍ତ୍ତମାନ ଆମେରିକା ନାଁରେ କିନ୍ତୁ ଭବିଷ୍ୟତ ଭାରତ ନାଁରେ ସଂରକ୍ଷିତ ହୋଇସାରିଛି”

ତୁଷୁରା, (କେପିଏନ୍‌ଏସ୍‌) : ବିଧୁଭୂଷଣ ସାହିତ୍ୟ ସଂସଦ ତୁଷରା, ବଲାଙ୍ଗିର ଆନୁକୂଲ୍ୟରେ ଅଗ୍ରସେନ ଭବନ ସଭାଗୃହରେ ୩୧ ଅଗଷ୍ଟ ଅପରାହ୍ନ ୫ଘଟିକାରେ ଭାରତର ଉନ୍ନତି ପାଇଁ ରାଷ୍ଟ୍ରପ୍ରେମ ଓ କୃତ୍ୟନିଷ୍ଠା ଆବଶ୍ୟକ ଶୀର୍ଷକ ଆଲୋଚନାଚକ୍ର ସଭାପତି ଅଖିଳ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଞ୍ଚାଳନ କରିଥିଲେ । ଉକ୍ତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ ଯୋଗଦେଇ “ଅତୀତ ଇଉରୋପ ନାଁରେ, ବର୍ତ୍ତମାନ ଆମେରିକା ନାଁରେ କିନ୍ତୁ ଭବିଷ୍ୟତ ଭାରତ ନାଁରେ ସଂରକ୍ଷିତ ହୋଇସାରିଛି” ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ମତପୋଷଣ କରିଥିଲେ । ମୁଖ୍ୟବକ୍ତା ଭାବେ କବି ତଥା ଶିକ୍ଷାବିତ ପ୍ରହଲ୍ଲାଦ ଦଣ୍ଡସେନା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ବରୁଣ କୁମାର ସାହୁ ଓ ସୁଧାକର ପ୍ରଧାନ (ଖ) ଯୋଗଦେଇଥିଲେ । ସୁଧାକର ପ୍ରଧାନ (କ) ବିଧୁଭୂଷଣ ଗୁରୁଙ୍କ ରଚିତ ଗୀତ ଗାନ କରିଥିଲେ । ଆଲୋଚନା ଚକ୍ରରେ ଭକ୍ତ ବନ୍ଧୁ ସାହୁ, ଦେବାଶିଷ ମହାପାତ୍ର, କ୍ଷୀରେଶ୍ୱର ଦଳବେହେରା, କବୟିତ୍ରୀ ହୀରାବତୀ ସାହୁ ଓ କନକଲତା ପଣ୍ଡା ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ । ସଭା ପ୍ରାରମ୍ଭରେ ତୁଷରା ମାଟିର ୨ଜଣ ସୁଯୋଗ୍ୟ ସନ୍ତାନ ସ୍ୱର୍ଗତ ସାଧୁଚରଣ ପ୍ରଧାନ ଓ ଓମ ପ୍ରକାଶ ଶର୍ମାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ ଓ ସ୍ମୃତି ଚାରଣ କରିଥିଲେ ।

jittmm
Leave A Reply

Your email address will not be published.