csstore

ପପଙ୍ଗା ପାହାଡ ତଳେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବନ୍ଧୁ ମିଳନ କାର୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ୍ ଅନ୍ତର୍ଗତ ପପଙ୍ଗା ପାହାଡ ତଳେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ଆନୁକୂଲ୍ୟରେ ଜିଲ୍ଲା ସଭାପତି ତ୍ରିବିକ୍ରମ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବନ୍ଧୁ ମିଳନ ଏବଂ ଆଲୋଚନା ଚକ୍ର ସଭା ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁରଲୀଧର ନାଏକ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଉପସଭାପତି ଆଶୁତୋଷ ରଥ, ଆଇନଜୀବୀ ସନ୍ତୋଷ ପଣ୍ଡା ସୋନପୁର, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ମେହେର ସୋନପୁର, ଏସବିଆଇ ଲାଇଫ ଇନ୍‌ସ୍ୟୁରା‌ନ୍ସ ବରିଷ୍ଠ ଶାଖା ପରିଚାଳକ ମାନସ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ଯୁବ ସାମ୍ବାଦିକ ବ୍ୟୋମକେଶ କର, ରମଣି ରଞ୍ଜନ ବେହେରା, ମୁକୁନ୍ଦ ଷଡଙ୍ଗୀ, ଭବାନୀ ଶଙ୍କର ପାଢୀ, ବିଜୟ ଆଚାର୍ୟ୍ୟଙ୍କୁ ପୁଷ୍ପଗୁଚ୍ଛ, ଉପଢେ଼øକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଲୋଚନା ଚକ୍ର ମାଧ୍ୟମରେ ଅତିଥି ମାନେ ବର୍ତ୍ତମାନ ସମୟରେ ସାମ୍ବାଦିକ ମାନେ ଅତ୍ୟନ୍ତ କଠିନ ପରିସ୍ଥିତିର ସାମ୍ନା କରୁଥିବା ବେଳେ ସାମ୍ବାଦିକ ସୁରକ୍ଷା ଓ ଅଧିକାର ପାଇଁ ଆଜି ପର୍ୟ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ତେଣୁ ସାମ୍ବାଦିକ ମାନେ ନିଜର ହକ୍ ଅଧିକାର ପାଇଁ ଏକଜୁଟ ହେବା ଆବଶ୍ୟକ ବୋଲି ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡର ଏହି କାର୍ୟ୍ୟକ୍ରମରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ବରଗଡ ଜିଲ୍ଲା ସମେତ ବୌଦ୍ଧ, ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରୁ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ଶେଷରେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ମୋତିଲାଲ ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.