ଘର ସାମ୍ନାରୁ ବାଇକ ଚୋରି : ଥାନାରେ ଅଭିଯୋଗ

ବୌଦ୍ଧ, (କେପିଏନ୍‌ଏସ୍‌) : ରାତି ଅଧିଆ ବାଇକ ଚୋରି । ଚୋରି ଘଟଣା ନେଇ ଥାନାରେ ଅଭିଯୋଗ କଲେ ଗାଡି ମାଲିକ । ଅଭିଯୋଗ ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡ଼େଣିଗଡ଼ର ପ୍ରତାପ ସାହୁ ତାଙ୍କର (ଓଡ଼ି ୧୨-୪୭୫୭)ନଂ ଥିବା ହିରୋ ଗ୍ଲେମର ବାଇକ ଗତକାଲି ସନ୍ଧ୍ୟାରେ ଘର ସାମ୍ନାରେ ରଖି ଖିଆ ପିଆ କରି ଶୋଇଥିଲେ । ଆଜି ସକାଳୁ ଉଠି ଦେଖିଲା ବେଳକୁ ରଖିଥିବା ସ୍ଥାନରେ ଗାଡି ଦେଖିବାକୁ ପାଇନଥିଲେ । ଫଳରେ ଚୋରି ହୋଇଥିବା ଅନୁମାନ କରି ଆଜି ପୁରୁଣାକଟକ ଥାନାରେ ଗାଡି ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ସାରଦା ପ୍ରସାଦ ଦାସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.