jsm

ବଲାଙ୍ଗିର ଫରେଷ୍ଟ ପାର୍କ ପାଲ୍‌ଟିଛେ ମଦୁଆ ମାନ୍‌କର୍‌ ଆଡ୍ଡା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତ୍‌ରେ ଜଙ୍ଗଲୀ ପରିବେଶର ଅନୁଭବ କର୍‌ବାର୍‌ ଲାଗି ଆମ୍‌କୁ ସହର ବାହାର୍‌ କେ ପାଖାପାଖି ୧୦୦ କିଲୋମିଟର କିମ୍ବା ଜିଲ୍ଲା ବାହାର୍‌ କେ ଯିବା କେ ପଡ୍‌ସି । ଆଉ ଇ ସବୁ କେ ନେଇ କରି ଗଲା ୨୦୧୯ ମସିହା ଫେବୃଆରୀ ୨୨ ତାରିଖ ଦିନେ ବଲାଙ୍ଗିର ସହର ଭିତରେ ଜଙ୍ଗଲୀ ପରିବେଶର ଅନୁଭବ କର୍‌ବାର୍‌ ଲାଗି ବନ ବିଭାଗର ଚେଷ୍ଟା ନେ ସହର୍‌ର କୃଷି ବିଭାଗ ଅଫିସ୍‌ ପାଖେ ଉଦ୍‌ଘାଟନ ହୋଇଥିଲା ବନ ଉଦ୍ୟାନ୍ ବା ଫରେଷ୍ଟ ପାର୍କ । ଇଥର୍‌ ଲାଗି ସହରର୍‌ ଲୁକେ ବନ ବିଭାଗ୍‌ କେ ପ୍ରଶଂସା କର୍‌ବାର ସାଙ୍ଗେ ସାଙ୍ଗେ ଧନ୍ୟବାଦ ବି ଦେଇଥିଲେ । କିନ୍ତୁ ଏବେ ସେ ବନ ବିଭାଗ କେ ଇ ବନ ଉଦ୍ୟାନ ବା ଫରେଷ୍ଟ ପାର୍କର ଲାଗି ଲୁକେ ଇହାଛୁନୁ କଡ଼ା ଗାଲି କର୍‌ବାର ସାଙ୍ଗେ ସାଙ୍ଗେ ନିନ୍ଦା ବି କରୁଛନ୍‌ । କାରଣ୍‌ ହେଉଛ ଛେ ଦିନେ ଯେନ୍‌ ବନ ଉଦ୍ୟାନ ବା ଫରେଷ୍ଟ ପାର୍କ ସହର ଭିତ୍‌ରେ ଲୋକ୍‌ ମାନ୍‌କେ ଜଙ୍ଗଲୀ ପରିବେଶର ଅନୁଭବ କର୍‌ବାର ଲାଗି ଖୁଲା ହେଇଥିଲା । ଏବେ ସେଟା ମଦୁଆ ମାନ୍‌ଙ୍କର୍‌ ଆଡ୍ଡା ପାଲ୍‌ଟିବାର୍‌ ସାଙ୍ଗେ ସାଙ୍ଗେ ରକ୍ଷଣାବେକ୍ଷଣର ଅଭାବ ଲାଗି ବହୁତ ଖରାପ ଅବସ୍ଥାନେ ପଡ଼ି ରହିଛେ ।

yuvodaya
Leave A Reply

Your email address will not be published.