jsm

ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସଚେତନତା ଓ ମାଗଣା ଚିକିତ୍ସା

csstore

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଆସୁଥିବା ଧନ ସୁଳୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ଜନକଲ୍ୟାଣ କାରି ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ଵାସ୍ଥ୍ୟ ସେବା ଓ ତତ୍ ସମ୍ପର୍କିତ ସଚେତନତା ପାଇଁ ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ କୁହୁରିଗୁମା ଠାରେ ଶିବିର ଆୟୋଜନ କରାଯାଇ ୨ଶହ ଜଣଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବିତରଣ କରାଯାଇଥିଲା । ଏହି ଶିବିରକୁ ଅନେକ ଅଞ୍ଚଳରୁ ରୋଗୀମାନେ ଆସି ଡାକ୍ତର ପରାମର୍ଶ ସହ ଔଷଧ ପାଇଥିଲେ । ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଶୈଳ ବିହାରୀ ନାୟକ, ଆୟୁଷ ଡାକ୍ତର ପ୍ରଭାସ କୁମାର ପଟେଲ, ଫାର୍ମାସିଷ୍ଟ ଚନ୍ଦନ ସାହୁ, ଏଲ୍‌. ଲ୍ଟି ଅରକ୍ଷିତ ଭତ୍ରା, ଷ୍ଟାଫ ନର୍ସ ଜୟପ୍ରଦା ରାୟ, ଏଏନ୍‌ଏମ୍‌ ଚନ୍ଦ୍ରକାନ୍ତି ମାଝୀ, ସହାୟକ ହେମନ୍ତ କୁମାର ମାଝୀ, ସଂଯୋଜକ ସୁରଙ୍ଗ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ନିଜ ଅଞ୍ଚଳରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଆତ୍ମ ସନ୍ତୋଷ ପ୍ରକାଶ ପାଇଥିବା ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.