କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା : ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶତମ ବଳିଦାନ ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜନ୍ମାଷ୍ଟମୀ ଓ ବ୍ରହ୍ମଲିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥି ପାଇଁ ତୁମୁଡ଼ିବନ୍ଧ ସ୍ତିତ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ବ୍ୟାପକ ଆୟୋଜନ କରାଯାଉଛି । ଉକ୍ତ ଦିନ ସକାଳୁ ସୂର୍ଯ୍ୟ ପୂଜା ଠାରୁ ଆରମ୍ଭ କରି ତିଳ ତର୍ପଣ କରିବା ପରେ ରାହୁଳ ନଦୀକୁ ଯାଇ ଜଳେଶ୍ଵର ଶୈବ ପୀଠରୁ ୧୦୮ କଳସରେ ପବିତ୍ର ଜଳ ସଂଗ୍ରହ କରି ଯଜ୍ଞ ମଣ୍ଡପକୁ ଆଣିବେ । ଏହା ପରେ ଘୃତ ଯଜ୍ଞ, ନାମ ଯଜ୍ଞ, ୧୦୮ ହନୁମାନ ଚାଳିଶା ପାଠ, ହରି ନାମରେ ପ୍ରକମ୍ପିତ ହେବ ଓ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି । ଆଶ୍ରମର ଉତ୍ତରାଧିକାରୀ ସ୍ୱାମୀ ମୁକ୍ତା ନନ୍ଦ ପୁରୀ ମହାରାଜ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଥିବା ବେଳେ ସ୍ୱାମୀ ଜୀଙ୍କ ଅନୁଗାମୀ ଓ ସ୍ୱାମୀଜୀଙ୍କ ସ୍ମୃତି ନ୍ୟାସ ପକ୍ଷରୁ ଆୟୋଜନ କରାଯାଉଛି । ପବିତ୍ର ଜନ୍ମାଷ୍ଟମୀ ଅଗଷ୍ଟ ୨୬ ତାରିଖ ସୋମବାର ଦିବା ୧୦ଟା ସମୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହେବ । ଏହି ସ୍ମୃତି ସଭାରେ ଓଡିଶା ସରକାରଙ୍କ ପଞ୍ଚାୟତରାଜ, ଗ୍ରାମ୍ୟ ଜଳଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ, ଉଚ୍ଚ ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି ତାଙ୍କ ସହ ବହୁ ସାଧୁସନ୍ଥ ଓ ଅନୁଗାମୀ ଏକାଠି ହେବେ । ଏଥି ପାଇଁ କନ୍ଧମାଳ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.