
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମ୍ବାଦିକ ଭବନ ବଲାଙ୍ଗିର ଠାରେ ରାଜ୍ୟ ସଭାପତି ଦିନେଶ ନାଗଙ୍କ ସଭାପତିତ୍ୱରେ ଆମ୍ବେଦକ୍ରାଇଟ୍ ପାର୍ଟି ଅଫ୍ ଇଣ୍ଡିଆ (ଏପିଆଇ)ର ଏକ ଦିବସୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଓଡିଶାର ସମସ୍ତ ଜିଲ୍ଲାର ସଭାପତିଙ୍କ ସହିତ ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ବୈଠକରେ ଆଗାମୀ ୨୦୨୨ ପଂଚାୟତ ନିର୍ବାଚନରେ ଓଡିଶାର ସମସ୍ତ ଜିଲ୍ଲାରେ ନିର୍ବାଚନ ଲଢିବା ପାଇଁ ନୀତି ନିର୍ଦ୍ଧାରଣ କରାଯାଇଛି । ତତ୍ ସହିତ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବୁଥ୍ ସ୍ତରରେ ସଂଗଠନକୁ ମଜବୁତ୍ କରିବା ପାଇଁ ରଣନୀତି ତିଆରି କରାଯାଇଛି । ବୈଠକରେ ନୂତନ ଭାବେ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ତରଣୀସେନ ଦୀପଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିବା ସୂଚନାରେ କୁହାଯାଇଛି । ବୈଠକରେ ଜାତୀୟ ସାଧାରଣ ସଂପାଦକ ବିଜୟ କୁମାର ବେହେରା, ରାଜ୍ୟ ପ୍ରଭାରୀ ଛବିଲାଲ ନିହାଲ, ଜିତେନ୍ଦ୍ର ସାହୁ, ବନମାଳି ମାଝି, ରାଜୁ କୂଳଦୀପ, ରମେଶ ମେହେର, ସନ୍ତୋଷ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ବାଳଗୋପାଳ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।