oom

୭୮ତମ ସ୍ୱାଧିନତା ଦିବସ ଉପଲକ୍ଷେ ମାଁ ମାହେଶ୍ୱରୀ ସେନା ତରଫରୁ ଆୟୋଜିତ ହେଲା ମାଗଣା ଚକ୍ଷୁ ପରୀକ୍ଷା ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଖଲିଆପାଲି (ସେମେଲିଆ) ଗ୍ରାମ ପଂଚାୟତରେ ୭୮ତମ ସ୍ୱାଧିନତା ଦିବସ ଉପଲକ୍ଷେ ମାଁ ମାହେଶ୍ୱରୀ ସେନା ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଅର୍ଥାଭାବ ହେଉ କିମ୍ବା ଯୋଗାଯୋଗର ଅଭାବ ହେଉ ଅନେକ ଲୋକ ଚକ୍ଷୁର ସଠିକ୍‌ ଚିକିତ୍ସା ପାଇ ପାରୁନାହାନ୍ତି । ସମସ୍ତେ କିଭଳି ଅଳ୍ପ ଖର୍ଚ୍ଚରେ ଏବଂ ସଠିକ୍‌ ଚିକିତ୍ସା ପାଇପାରିବେ, ମାଁ ମାହେଶ୍ୱରୀ ସେନା ସଦାସର୍ବଦା ଚେଷ୍ଟା କରିଆସୁଛି । ମାଁ ମାହେଶ୍ୱରୀ ସେନା ଓ ନେତ୍ର ନିକେତନ ବଲାଙ୍ଗିରର ମିଳିତ ପ୍ରୟାସରେ ଅନୁଷ୍ଠିତ ଏହି ଶିବିରକୁ ଖଲିଆପାଲି ଗ୍ରାମ ପଂଚାୟତର ସରପଂଚ ସୁଭାଷିନୀ ଅମାତ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ଡକ୍ଟର ନିହାରିକା ତାଙ୍କ ସହଯୋଗୀଙ୍କ ସହ ଉପସ୍ଥିତ ରହି ୬୫ଜଣ ରୋଗୀଙ୍କ ଚକ୍ଷୁ ଜନିତ ସମସ୍ୟାର ପରୀକ୍ଷା କରିଥିଲେ ଏବଂ ତାର ପ୍ରତିକାର ପାଇଁ ଉପଯୁକ୍ତ ପରାମର୍ଶ ଦେଇଥିଲେ । ମାଁ ମାହେଶ୍ୱରୀ ସେନାର ଏହି ସେବା କାର୍ଯ୍ୟକୁ ଅଂଚଳରେ ଭୁୟସୀ ପ୍ରଶଂସା କରାଯାଇଛି । ଏହି ଶିବିରରେ ମାଁ ମାହେଶ୍ୱରୀ ସେନାର ସଦସ୍ୟ ସଞ୍ଜିତ ମହାକୁର, ମନୋଜ କ୍ଷେତୀ, ପ୍ରଶାନ୍ତ କର୍ମୀ, ମୋହନ ମହାକୁର, ସନ୍ତୋଷ, ମହାଦେବ, ଆନନ୍ଦ, କରୁଣାକର, ତରଣୀ, ରୋହନ, ସୁନିଲ, ଦିଲିପ ପଧାନ, ରବି ନାରାୟଣ, ରମାକାନ୍ତ, ଅନିଲ, ଅରୁନ୍‌, ଥବୀର, ସୁରେଶ, ଅକ୍ଷୟ, ଚୁଡାମଣି, ନବିନ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.